ସରିଲା ଘୁ.ଉଦୟଗିରି ପୌର ନିର୍ବାଚନର ନାମାଙ୍କନ ଦାଖଲ….

ଅନୁସନ୍ଧାନ ଭାରତ(ବ୍ୟୁର): ପୌର ନିର୍ବାଚନ ନାମାଙ୍କନ ର ଶେଷ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀ ତାଙ୍କ ସମର୍ଥକଙ୍କ ସହ ଢୋଲ ବାଜା ରୋଷଣରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଭିମୁଖେ ବାହାରି ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି I ପରିଷଦ ଅଂଚଳରେ ଥିବା ବିଭିନ୍ନ ରାଜନୈତିକ ଦଳରେ ଗୋଷ୍ଠୀ କନ୍ଦଳ ଥିବା ଦେଖିବାକୁ ମିଳିଛି I ଫଳରେ ଆଶାୟୀ ପ୍ରାର୍ଥୀ, ପ୍ରାର୍ଥୀନୀ ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଆବେଦନ କରିଛନ୍ତି I ବିଜେଡି ଦଳର ପୌରାଧ୍ୟକ୍ଷ ଭାବେ ଭାନୁପ୍ରଭା ମିଶ୍ର, ଯଥାକ୍ରମେ ୱାର୍ଡ଼ ନମ୍ବର 1-ସନ୍ତୋଷ କୁମାର ବାଘ, 2-ଛାୟା ନାୟକ, 3-ସୀଧେଶ୍ୱରୀ ନାୟକ,4-ମୋନାଲିସା ଦଳବେହେରା, 5-ସମୀର କୁମାର ପାଢ଼ୀ, 6-ଲେକଚର ବୁଲିଆନ, 7-ଭାରତୀ ବେହେରା, 8-ଆଲବିନ କୁମାର ନାୟକ, 9-ପି. ମନୋଜିତା ରାଣୀ ପାତ୍ର,10-ଦେବନାଥ ଦଳବେହେରା,11-ଲିପିକା ପ୍ରଧାନ,12-ନନ୍ଦିତା ପ୍ରଧାନ,13-ଦୀପକ କୁମାର ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ସେହିଭଳି ବିଜେପିରୁ ଗତକାଲି 12 ଜଣ ପ୍ରାର୍ଥୀ ପ୍ରାର୍ଥୀନୀ ଯଥାକ୍ରମେ 1-ନୀଳମାଧଵ ପ୍ରଧାନ, 2-ସଂଗୀତା ନାୟକ, 4-କାଞ୍ଚନ ପ୍ରଧାନ,5-ସୁଜିତ କୁମାର ସାହୁ, 6-ସୁଜତା ନାୟକ, 7-ମଞ୍ଜୁଳା ବାରିକ, 8-ଚନ୍ଦ୍ରକାନ୍ତ ପଣ୍ଡା,9-ଲକ୍ଷ୍ମୀପ୍ରିୟା ପରିଛା,10-କୁନ୍ତିମା ମଲ୍ଲିକ,11-ଶାନ୍ତିଲତା ପ୍ରଧାନ,12-ଯମୁନା ପ୍ରଧାନ, 13-ସୂର୍ଯ୍ୟକାନ୍ତ ନାୟକ ନାମାଙ୍କନ ଦାଖଲ କରିଥିଲେ I ବିଜେପିର ପୌରାଧ୍ୟକ୍ଷ ପ୍ରାର୍ଥୀ ଭାବେ ସୁଶ୍ମୀତା ଜେନା ଓ 3 ନମ୍ବର କାଉନସିଲର ଭାବେ ମିତାରାଣୀ ନାୟକ ନାମାଙ୍କନ ଦାଖଲ କରିଛନ୍ତି I ସେହିଭଳି ଭାବରେ କଂଗ୍ରେସ ମଧ୍ୟ ପୌରାଧ୍ୟକ୍ଷ ପ୍ରାର୍ଥୀନୀ ଭାବେ ମଧୁଲିନା ଦିଗାଲ ପ୍ରତିଦ୍ବନ୍ଦିତା କରୁଛନ୍ତି I କଂଗ୍ରେସ ପକ୍ଷରୁ କାଉନସିଲର ଭାବେ ଲତା ନାୟକ, ସୁବ୍ରମନ୍ୟୁ ନାୟକ, ଯାକେଶ ପ୍ରଧାନ, ଗୀତାଞ୍ଜଳି ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l କଂଗ୍ରେସ ଦଳର ସମସ୍ତ ପ୍ରାର୍ଥୀ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ନିର୍ବାଚନ ମୌଦାନକୁ ଓଲ୍ହାଇ ନିର୍ବାଚନ ଲଢ଼ୁଥିବା ଦେଖା ଦେଇଛି I ପ୍ରାର୍ଥୀ ପତ୍ର ଦାଖଲ ଦିନ ସମସ୍ତ ପ୍ରାର୍ଥୀ ଓ କଂଗ୍ରେସ କର୍ମୀ ଏକ ବିଶାଳ ସଭାଯାତ୍ରାରେ ପୋଷ୍ଟ ଅଫିସ ଛକରୁ ବାହାରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ, ଚକରା ବିଷୋୟୀ ଛକ ଓ ଗାନ୍ଧୀ ଛକ ଦେଇ ସହର ପରିକ୍ରମା କରି ଥିଲେ I ବିଜେଡି ଦଳରୁ ଆଶାୟୀ ଥିବା ପୂର୍ବତନ ଅଧ୍ୟକ୍ଷ ପି.ସଞ୍ଜୀବ କୁମାର ପାତ୍ର ଙ୍କ ଧର୍ମପତ୍ନୀ ମିତାରାଣୀ ପାତ୍ର ଟିକଟ ନ ପାଇ ସ୍ୱାଧୀନ ପ୍ରାର୍ଥୀନୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି I ସ୍ୱାଧୀନ ପ୍ରାଥୀନି ଭାବେ ବିଜୟଲକ୍ଷ୍ମୀ ମହାନ୍ତି, ପ୍ରଶାନ୍ତି ନାୟକ, ରଞ୍ଜିତା ନାୟକ, ରାଜଶ୍ରୀ ନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି I ପୌରାଧ୍ୟକ୍ଷ ନିମନ୍ତେ ସରକାର ମହିଳାଙ୍କୁ ପ୍ରାଥମିକତା ଦେଇଥିବା ଯୋଗୁଁ ବହୁ ମହିଳା ପ୍ରାର୍ଥୀନୀ ଆଶାୟୀ ଥିବା ଦେଖିବାକୁ ମିଳିଛି I ଅନ୍ୟପକ୍ଷେ କହିବାକୁ ଗଲେ ବିଜେଡି, ବିଜେପି, କଂଗ୍ରେସ ରେ ପୁରାତନ ଦଳୀୟ ନେତାଙ୍କୁ ଅଣଦେଖା କରଯାଇଥିବା ଯୋଗୁଁ ନେତାଙ୍କ ଦଳବଦଳ ଦେଖିବାକୁ ମିଳିଛି I