ଘୁ.ଉଦୟଗିରି ନଗର କଂଗ୍ରେସ ସଭାପତି ଦାୟିତ୍ୱ ଗ୍ରହଣ କଲେ ଗଗନ

ଅନୁସନ୍ଧାନ ଭାରତ(ବ୍ୟୁର): ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଥିବା ବେଳେ ଘୁ.ଉଦୟଗିରି ନଗର କଂଗ୍ରେସରେ ସଭାପତି ପରିବର୍ତ୍ତନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି I ଏହା ପୂର୍ବରୁ ନଗର ସଭାପତି ଦାୟିତ୍ୱରେ ଏନ. ରାଜା ରାଓ ସଭାପତିତ୍ବ କରୁ ଥିବାବେଳେ ସେ ଆଜି ଫୁଲବାଣୀ ଯାଇ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ କରିଛନ୍ତି I ଆଗକୁ ପୌର ନିର୍ବାଚନ ଥିବା ବେଳେ ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନଙ୍କୁ ଅସ୍ଥାୟୀ ନଗର ସଭାପତି ଦାୟିତ୍ୱ ଦେଇଛନ୍ତି I ନୂତନ ସଭାପତି ଭାବେ ଗଗନ କୁମାର ପ୍ରଧାନ ଦଳର ନେତୃତ୍ୱକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିଆସୁଥିବାକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ଦାୟିତ୍ୱ ଦେଇଥିବା ପ୍ରକାଶ କରିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ଅନାମ କୁମାର ନାୟକ I ଘୁ.ଉଦୟଗିରି ଏନ.ଏ.ସି ରେ ଥିବା ବିଭନ୍ନ ମୌଳିକ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରି ଆଗାମୀ ପୌର ନିର୍ବାଚନ ମୈଦାନରେ ଓଲ୍ହାଇବ ବୋଲି ନୂତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ ମତ ରଖିଛନ୍ତି I ଗଗନ କୁମାର ପ୍ରଧାନ ନୂତନ ନଗର ସଭାପତି ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି I