ମିଡ଼ିଆକିଆ ଗ୍ରାମ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଅଶୋକ ମଲିକଙ୍କୁ ପଞ୍ଚାୟତ ବାସୀଙ୍କ ପକ୍ଷରୁ ସ୍ୱାଗତ….

ଅନୁସନ୍ଧାନ ଭାରତ(ବ୍ୟୁର): ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନରେ ବାଲିଗୁଡ଼ା ବ୍ଲକ ମିଡ଼ିଆକିଆ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭାବେ ୫ ଜଣ ପ୍ରାର୍ଥୀ ପ୍ରତିଦନ୍ଦୀତା କରିଥିଲେ I ଏହି ୫ ଜଣଙ୍କ ମଧ୍ୟରୁ ଅଶୋକ ମଲିକ ସର୍ବାଧିକ ଭୋଟ ପାଇ ବିଜୟୀ ଲାଭ କରିଥିଲେ I ଏହି ନିର୍ବାଚନରେ ମିଡ଼ିଆକିଆ ଗ୍ରାମପଞ୍ଚାୟରେ ଥିବା ୧୧ଟି ୱାର୍ଡର ବାସୀନ୍ଧା ଖୋଲା ବୋହି ଚିହ୍ନରେ ବହୁ ମାତ୍ରାରେ ଭୋଟ ଦେଇ ଅଶୋକ ମଲିକଙ୍କୁ ବିଜୟୀ କରିଥିଲେ I ବିଜୟ ହୋଇ ଥିବା ସରପଞ୍ଚ ପ୍ରାର୍ଥୀଙ୍କୁ ମହାଆଡ଼ମ୍ବରରେ ସ୍ୱାଗତ କରି ଥିଲେ ପଂଚାୟତ ବାସୀ I ମିଡ଼ିଆକିଆ ଗ୍ରାମବାସୀଙ୍କ ସ୍ୱାଗତ ପରେ ସ୍ଥାନୀୟ ମା ପାଟଖଣ୍ଡାଙ୍କ ପାଖରେ ଆଶୀର୍ବାଦ ଭିକ୍ଷା କରିବା ନିମନ୍ତେ ନବନିର୍ବାଚିତ ସରପଞ୍ଚ ପ୍ରାର୍ଥୀ ଅଶୋକ ମଲିକ ମନ୍ଦିର ଦର୍ଶନ କରିବା ପରେ ମନ୍ଦୀର ପ୍ରାଙ୍ଗଣରେ ସଭାର ଆୟଜନ କରିଥିଲେ I ଉକ୍ତ ସଭାରେ ପଞ୍ଚାୟତ ଉନ୍ନତି କରଣକୁ ନେଇ ମିଡ଼ିଆକିଆ ମା ପାଟଖଣ୍ଡା ପରିଚାଳକ ବିରୁପାକ୍ଷ ପାତ୍ର ଯୁବସାମ୍ବାଦିକ ଫିଲିପ କୁମାର ଦିଗାଲଙ୍କୁ ଅନୁରୋଧ କରିଥିଲେ I ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଯୁବସାମ୍ବାଦିକ ଫିଲିପ କୁମାର ଦିଗାଲ ନିଜ ଅଭିଭାଷଣରେ ୨୦ ବର୍ଷର ମିଡ଼ିଆକିଆ ଗ୍ରାମ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ ଦେଖିବାକୁ ମିଳୁ ନାହିଁ ବୋଲି କହିଥିଲେ I ପ୍ରଶାସନ ରାସ୍ତା, ପାଣି, ସ୍ୱାସ୍ଥ୍ୟ, ପ୍ରତ୍ୟକ ୱାର୍ଡରେ ଲାଇଟି ଏବଂ ମା ପାଟଖଣ୍ଡାଙ୍କ ପାଖକୁ ଯିବାନିମନ୍ତେ ରାସ୍ତା, ଲାଇଟି ଓ ପାଣିର ବ୍ୟବସ୍ଥା କରାଯାଉ ବୋଲି ଅଭିଭାଷଣରେ କହିବା ସହ ପୂର୍ବତନ ସରପଞ୍ଚମାନେ ପଞ୍ଚାୟତକୁ ଲୁଟି ଖାଇଲେ ଏବେ ସେହିପରି ନହେଉ ବୋଲି ଅନୁରୋଧ କରି କହି ସଭାରୁ ବାହାରି ୱାର୍ଡ ପରୀକ୍ରମା କରିବା ନିମନ୍ତେ ଗଲା ବେଳେ ସ୍ୱୟଂ ସହା ୟକ ଗୋଷ୍ଟି ମାଁମାନଙ୍କ ସହ ୱାର୍ଡ ବାସୀ ମିଳିତ ଭାବେ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ I ୧୧ଟି ୱାର୍ଡ ବାସୀ ବହୁ ମାତ୍ରାରେ ଭୋଟ ଦେଇ ବିଜୟୀ କରାଇ ଥିବାରୁ ପଞ୍ଚାୟତ ବାସୀଙ୍କୁ ଧନ୍ୟବାଦ ଦେଇଥିଲେ ନବ ନିର୍ବାଚିତ ସରପଞ୍ଚ l ଆଗାମୀ ଦିନରେ ପଞ୍ଚାୟତ ବାସୀଙ୍କ ପାଇଁ ପ୍ରଶାସନିକ ସ୍ତରରୁ ଆସୁଥିବା ସମସ୍ତ ସୁବିଧା ଯୋଗାଇ ଦେବା ସହ ଜନ ସାଧାରଣଙ୍କ ସେବା କରିବି ବୋଲି କହିଛନ୍ତି ନବନିର୍ବାଚିତ ସରପଞ୍ଚ ଅଶୋକ ମଲିକ I