ଅଫ୍ ଲାଇନ ପରିକ୍ଷା ବିରୋଧରେ ମୁଖ୍ୟ ଫାଟକରେ ତାଲା ପକାଇଲେ କଳିଙ୍ଗ ମହାବିଦ୍ୟାଳୟର ଛାତ୍ରଛାତ୍ରୀ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଥିବା କଳିଙ୍ଗ ମହାବିଦ୍ୟାଳୟ ଠାରେ ଅଫ ଲାଇନ ପରୀକ୍ଷା ବିରୋଧରେ ଆଜି ଦେଖିବାକୁ ମିଳିଛି ଛାତ୍ର ଅସନ୍ତୋସ ସହ ଉତ୍ତେଜନା I ଉତ୍ୟକ୍ତ ଛାତ୍ରଛାତ୍ରୀ କଳିଙ୍ଗ ମହାବିଦ୍ୟାଳୟର ମୁଖ୍ଯ ଫାଟକକୁ ତାଲା ପକେଇ ବନ୍ଦ କରିଥିବା ଦେଖିବାକୁ ମିଳିଛି I କୋଭିଡ କଟକଣା ନିମନ୍ତେ ପାଠପଢା ଅନଲାଇନ ମାଧ୍ୟମରେ ଚାଲିଥିଲା I ତେଣୁ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ନିମନ୍ତେ ଛାତ୍ରଛାତ୍ରୀ ଜିଦ୍ ଧରିଥିବା ଦେଖିବାକୁ ମିଳିଛି I ଘଟଣା ସମ୍ପର୍କରେ କଳିଙ୍ଗ ମହାବିଦ୍ୟାଳୟର ପ୍ରିନ୍ସପାଲ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇ ଥିଲା I କଲେଜ ପ୍ରିନ୍ସପାଲ ଅନୁପସ୍ଥିତ ଥିବାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ I ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଛାତ୍ରଛାତ୍ରୀ ସୂଚନା ଦେଇଛନ୍ତି I ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ଦ୍ୱାରା ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ବହୁ ହଟହଟା ହୋଇ ଥିଲେ I ଉତ୍ୟକ୍ତ ଛାତ୍ରଛାତ୍ରୀ ମୁଖ୍ୟ ଫାଟକରେ ତାଲା ପକାଇବା ଦ୍ୱାରା କୌଣସି ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀ ବାହାରକୁ ବାହାରି ପାରିନ ଥିଲେ I ଖବର ପ୍ରକାଶ ପାଇବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରୀ ରହି ଥିଲା I