ସାମ୍ବାଦିକଙ୍କ ସୁରକ୍ଷା ଉଦେଶ୍ୟରେ ଘୁ.ଉଦୟଗିରି ପ୍ରେସ କ୍ଳବ ପକ୍ଷରୁ ସ୍ମାରକ ପତ୍ର…..

ଅନୁସନ୍ଧାନ ଭାରତ(ବ୍ୟୁର): ଦିନକୁ ଦିନ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଏବଂ ଅସଦବ୍ୟହାର ବଢ଼ିବାରେ ଲାଗିଛି I ଯାହା ପାଇଁ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ପ୍ରତି ବିପଦ ରହୁଥିବା ଦେଖିବାକୁ ମିଳୁଛି I ସେହିଭଳି ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଅଶ୍ଳୀଳ ଭାଷା ସହ ଲୋକେ ଅମାନୁଷିକ ଭାବେ ମାଡ଼ ମାରୁଥିବା ଭିଡିଓ ଦେଖିବାକୁ ମିଳିଛି I ଯାହାକି ଅତ୍ୟନ୍ତ ଦୁଃଖର ବିଷୟ I ଉକ୍ତ ଘଟଣାର ପ୍ରତିବାଦରେ ଆଜି ପ୍ରେସ କ୍ଳବ, ଘୁ.ଉଦୟଗିରି ପକ୍ଷରୁ ସରକାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ପତିତପାବନ ସାହୁ, ଦେବନାଥ ଦଳବେହେରା, ପ୍ରସନ୍ନ ମିଶ୍ର, ଗଗନ କୁମାର ପ୍ରଧାନ, ଅନିଲ କୁମାର ଦଳବେହେରା, ଚନ୍ଦ୍ରଶେଖର ପାଢ଼ୀ, ସୁଜିତ କୁମାର ସାହୁ,କେ. ଲିଲିମା ରାଓ, ତପସ୍ୱିନୀ ମଲ୍ଲିକ ପ୍ରମୁଖ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅତିରିକ୍ତ ଉପ ଜିଲ୍ଲପାଳ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ I