ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପୂର୍ବାହ୍ନ ୧୧ଟା ସମୟରେ ଆଟାଲିରୁ କୋଟଗଡ଼ର ମଦାଙ୍ଗୀ ଗ୍ରାମକୁ ଭୋଜି ପାଇଁ ଏକ ୪୦୭ ଟ୍ରକ ୫୦ରୁ ଉର୍ଦ୍ଧ ସ୍ତ୍ରୀ ପୁରୁଷଙ୍କୁ ନେଇ ଆସୁଥିଲା I 


ଏତିକି ବେଳେ କ୍ରୁଟିବାଲି ନିକଟରେ ୪୦୭ ଟ୍ରକ ଭାରସାମ୍ୟ ହରାଇ ଓଲୋଟି ପଡିରହିଲା I ଫଳରେ ଘଟଣା ସ୍ଥଳର ୩ ଜଣ ମୃତ ହୋଇଥିବା ବେଳେ ୩୦ ରୁ ଉର୍ଦ୍ଧ ଆହତ ହୋଇଛନ୍ତି I ଏକାଧିକ ଗୁରୁତରଙ୍କୁ ୨ଟି ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ଡାକ୍ତରଖାନାକୁ ପଠାଯାଉଥିବା ଜଣାଇଛନ୍ତି I ଅନ୍ୟପଟେ ଦୁର୍ଘଟଣାର କାରଣ ଖୋଜିବାକୁ କୋଟଗଡ ପୁଲିସ ଘଟଣା ସ୍ଥଳରେ ପହଂଚିଥିବା ଦେଖିବାକୁ ମିଳିଛି I