ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଫୁଲବାଣୀ ଠାରେ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଛି I ଏହି ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ଅନାମ ନାୟକ, ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର, ଘୁ.ଉଦୟଗିରି ପୂର୍ବତ୍ତନ ବିଧାୟକ ଜାକବ ପ୍ରଧାନ, ଆରଜିପିଆରଏସ କନ୍ଧମାଳ ସଭାପତି ପ୍ରତାପ ପ୍ରଧାନଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ I ଆଜି କାର ମିଶ୍ରଣ ପର୍ବରେ ଘୁ.ଉଦୟଗିରି ବ୍ଲକର ପୁରୁଖା କଂଗ୍ରେସ ନେତା ଥୋମାସ ପ୍ରଧାନ, ପୂର୍ବତ୍ତନ ବ୍ଲକ ସଭାପତି ଟାର୍ଜନ ସାହୁ, କଂଗ୍ରେସ କର୍ମୀ ଆଲୋକ ପ୍ରଧାନ, ରାଇକିଆ ବ୍ଳକରୁ ଧର୍ମାରାଜ ଦିଗାଲଙ୍କ ସମେତ ଦାରିଙ୍ଗବାଡି ଓ ବାଲିଗୁଡା ବ୍ଲକର ଶତାଧିକ କିଂଗ୍ରେସ କର୍ମୀ ଦଳକୁ ଫେରିଛନ୍ତି I 


୨୦୧୪ ସାଧାରଣ ନିର୍ବାଚନରେ ପୂର୍ବତ୍ତନ ବିଧାନସଭା ଜାକବ ପ୍ରଧାନଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ନିଜ ଅନୁଗତଙ୍କ ସହ କିଂଗ୍ରେସ ଦଳ ଛାଡ଼ି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଥିଲେ I ଯାହା ପାଇଁ ଘୁ.ଉଦୟଗିରି କଂଗ୍ରେସ ଦୁର୍ବଳ ହୋଇଥିଲା I ଗତ ୨୩ ତାରିଖରେ ଘୁ. ଉଦୟଗିରି ପୂର୍ବତନ ବିଧାୟକ ଜାକବ ପ୍ରଧାନ ପୁନର୍ବାର କଂଗ୍ରେସ ଦଳକୁ ଫେରିବା ପରେ ଘୁ.ଉଦୟଗିରି କଂଗ୍ରେସରେ ଖୁସିର ଲହରୀ ଖେଳି ଯାଇ ଥିଲା I ଘୁ.ଉଦୟଗିରି ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଆଜି କଂଗ୍ରେସରେ ଯୋଗ ଦେଇ ଥିଲେ I ଘୁ.ଉଦୟଗିରି ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ଘର ବାହୁଡ଼ା ଓ ଶତାଧିକ କର୍ମୀଙ୍କ କଂଗ୍ରେସରେ ମିଶିବା ଆଗାମୀ ପଂଚାୟତ ରାଜ ନିର୍ବାଚନ, ମ୍ୟୁନିସି ପାଲଟି ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବେଶ ଫଳପ୍ରଦ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I କଂଗ୍ରେସ ଦଳରେ ପୁନର୍ବାର ଯୋଗ ଦେଇ ଥିବା ସମସ୍ତ ନେତାଙ୍କୁ ସ୍ୱାଗତ କରିଛନ୍ତି କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ, ଘୁ.ଉଦୟଗିରି ବ୍ଲକ ସଭାପତି ସଦାନନ୍ଦ ନାୟକ ପ୍ରମୁଖ କଂଗ୍ରେସ ନେତା ସ୍ୱାଗତ କରିଛନ୍ତି I