ଅନୁସନ୍ଧାନ ଭାରତ(ବ୍ୟୁର) : ଘୁ.ଉଦୟଗିରି ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଆୟୋଜିତ ୭୩ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ହବାକ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସକାଳ ୮.୩୦ ଘଣ୍ଟା ସମୟରେ କୋଭିଡ କଟକଣାରେ ପାଳିତ ହୋଇଯାଇଛି I ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଅତିରିକ୍ତ ଉପ-ଜିଲ୍ଲାପାଳ ତଥା ଗୋଷ୍ଟୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରୀପାଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ I ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ହିଂସା ମୂକ୍ତ କରିବା ସହ ପଞ୍ଚାୟତ ବାସୀ ସ୍ବଇଛାରେ ଉପଯୁକ୍ତ ପ୍ରାର୍ଥୀକୁ ଭୋଟ ଦେଇ ବିଜୟୀ କରନ୍ତୁ ବୋଲି ନିଜ ବକ୍ତବ୍ୟରେ ମୂଖ୍ୟ ଅତିଥି କହି ଥିଲେ I
ଏଥି ସହିତ ସରକାରଙ୍କ ସମସ୍ତ ଜନହିତକର ଯୋଜନା ଗୁଡିକୁ ଜନସାଧାରଣଙ୍କ ନିକଟରେ ପହୁଞ୍ଚାଉଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଧୁବାଦ ଜଣାଇବା ସହ ନିର୍ବାଚନକୁ ଅବାଧ, ସ୍ବଛ ଓ ନିରପେକ୍ଷ କରାଇବାରେ ଗଣମାଧ୍ୟମ ପ୍ରତିନିଧି ପ୍ରଶାସନକୁ ସହଯୋଗର ହାତ ବଢାନ୍ତୁ ବୋଲି ପ୍ରକାଶ କରିଥିଲେ I ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ, ହବାକ୍ ଉଚ୍ଚ ବିଦ୍ୟାଳୟର ଏନସିସି ଶିକ୍ଷକ ବିଜୟ କୁମାର ମିଶ୍ର, କଳିଙ୍ଗ ମହାବିଦ୍ୟାଳୟର ପିଇଟି ଅଧ୍ୟାପକ ସରୋଜ କୁମାର ଦାସଙ୍କ ସହ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ I ଆୟୋଜିତ ପବିତ୍ର ଜାତୀୟ ଉତ୍ସବକୁ ସ୍ଥାନୀୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଦର୍ଶନ ବେହେରା ପରିଚାଳନା କରିଥିବା ବେଳେ କର୍ମଚାରୀ ଜ୍ଞାନରଞ୍ଜନ କର ସହଯୋଗ କରିଥିଲେ I ସେହିପରି ପଞ୍ଚାୟତ ସମିତି କାର୍ଯ୍ୟଳୟରେ ବିଡିଓ ଆଶିଷ କୁମାର ତ୍ରୀପାଠୀ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଇତିଶ୍ରୀ ଷଡଙ୍ଗୀ, ଉପଖଣ୍ଡ ପୁଲିସ କାର୍ଯ୍ୟାଳୟରେ ଉପଖଣ୍ଡ ପୁଲିସ ଅଧିକାରୀ ଡି.ତିରୁପତୀ ରାଓ ପଟ୍ଟନାୟକ, ବିଦ୍ୟୁତ କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ,କଳିଙ୍ଗ ମହାବିଦ୍ୟାଳୟରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର, ଓୟୁଏଟି କାର୍ଯ୍ୟାଳୟରେ ମୂଖ୍ୟ ବୈଜ୍ଞାନିକ ଡ.ନାରାୟଣ ବାର, ବ୍ୟବସାୟୀ ସଂଘ ପକ୍ଷରୁ ଗାନ୍ଧୀ ଛକ ସ୍ଥିତ ଦୂର୍ଗା ମଣ୍ଡପରେ ସଭାପତି ମନୋଜ କୁମାର ମହାପାତ୍ର ପତାକା ଉତ୍ତୋଳନ କରିଥିବା ବେଳେ ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ କୋଭିଡ କଟକଣାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ପୂର୍ବରୁ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସହରରେ ରାମଧୂନ ପରିବେଷଣ କରାଯାଇଥିଲା I