ଜୋନ-୫ ପାଇଁ ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ୧୫ ଜଣିଆ ପ୍ରଚାର କମିଟି ଗଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଜୋନ-୫ ଜିଲ୍ଲା ପରିଷଦ ଜୋନ ପାଇଁ କଂଗ୍ରେସ ପକ୍ଷରୁ ୧୫ ଜଣିଆ ପ୍ରଚାର କମିଟି ଗଠନ କରାଯାଇଛି I ବ୍ଲକ ସଭାପତି ସଦାନନ୍ଦ ନାୟକ ଏହି କମିଟି ଗଠନ କରି ଜିଲ୍ଲା ସଭାପତିଙ୍କ ପାଖକୁ ଅନୁମୋଦନ ପାଇଁ ପଠାଇ ଥିଲେ I ପ୍ରଚାର କମିଟିରେ ଥିବା ସଦସ୍ୟ ହେଲେ ସଦାନନ୍ଦ ନାୟକ (ବ୍ଲକ ସଭାପତି), ଗଗନ କୁମାର ପ୍ରଧାନ (କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସ ଉପସଭାପତି), ଜାକେଶ ପ୍ରଧାନ(ଜିଲ୍ଲା ସାଧାରଣ ସମ୍ପାଦକ), ଏନ ରାଜା ରାଓ( ଘୁ.ଉଦୟଗିରି ନଗର ସଭାପତି), ଟାର୍ଜନ ସାହୁ (ପୂର୍ବତ୍ତନ ବ୍ଲକ ସଭାପତି), ଥୋମାସ ପ୍ରଧାନ (ବରିଷ୍ଠ କଂଗ୍ରେସ ନେତା), ସୂର୍ଯ୍ୟକାନ୍ତ ନାୟକ(ବରିଷ୍ଠ କଂଗ୍ରେସ ନେତା), ପ୍ରତାପ ଚନ୍ଦ୍ର ପ୍ରଧାନ (ବରିଷ୍ଠ କଂଗ୍ରେସ ନେତା), ଦେବେନ୍ଦ୍ର ନାୟକ, ମିଥୁନ ପ୍ରଧାନ, ମଧୁଲିନା ଦିଗାଳ, ଆଞ୍ଜୁମ ଅହମ୍ମଦ, ଆମୋସ ନାୟକ,ଆଲୋକ ପ୍ରଧାନ ଓ ବିକାଶ ଚନ୍ଦ୍ର ପ୍ରଧାନ I ଏହି ପ୍ରଚାର କମିଟି ବିଭିନ୍ନ ପଂଚାୟତ ବୁଲି କଂଗ୍ରେସ ଦଳ ପକ୍ଷରୁ ଜୋନ-୫ ଜିଲ୍ଲା ପରିଷଦ ପ୍ରାର୍ଥ ଭାବରେ ପ୍ରତିଦ୍ବନ୍ଦୀତା କରୁଥିବା ପ୍ରାର୍ଥଙ୍କ ପାଇଁ ପ୍ରଚାର କରିବ ବୋଲି ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି I ଆଗାମୀ ପଂଚାୟତ ରାଜ ନିର୍ବାଚନ, ମ୍ୟୁନିସି ପାଲଟି ନିର୍ବାଚନକୁ ନେଇ ଘୁ.ଉଦୟଗିରି କଂଗ୍ରେସରେ ବେଶ ତତ୍ପର ଥିବା ଦେଖା ଦେଇଛି I