ବାଲିଗୁଡ଼ା ପୁଲିସ ହାତରେ ଲୁଟେରା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଋତୁଙ୍ଗିଆ ଗ୍ରାମ ପଞ୍ଚାୟତ ଆଲୋକ ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଲୁଟେରା ଝାମ୍ପି ନେଇଥିବା ଏକ ଲକ୍ଷ ଟଙ୍କା କୁ ପୋଲିସି ଜବତ କରିଛି I

csp

ଏଥିରେ ସମ୍ପୂକ୍ତ ଥିବା ଅଭିଯୋଗରେ ପୁଲିସ ଗଞ୍ଜାମ ଜିଲ୍ଲା ଆସିକା ଥାନା ପାକାଲା ପୋଲ୍ଲୀ ଗ୍ରାମର ଏ.ରାମା ରାଉଓ କୁ ଗିରଫ କରିଛି I
ଏନେଇ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ୨୫୪/୨୧ନଂରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି l ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଜଣ ଲୁଟେରା ଫେରାର ହୋଇ ଥିବା ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସ୍ୱରାପ ସୂଚନା ଦେଇଛନ୍ତି I ଗତ ବୁଧବାର ଦିନ ବାଲିଗୁଡ଼ା ୟୁକୋ ବ୍ୟାଙ୍କରୁ ଆଲୋକ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସଦସ୍ୟ ଆସି ବାଲିଗୁଡ଼ାରୁ ଏକ ଲକ୍ଷ ଟଙ୍କା ଉଠାଇ କରି ନିଜ ଗ୍ରାମ ଋତୁଙ୍ଗିଆକୁ ପେରୁଥିଲେ I ସେହି ସମୟରେ ସେମାନଙ୍କୁ ପିଛାକରି ଲୁଟେରା ଟଙ୍କା ବ୍ୟାଗକୁ ଝାମ୍ପି ନେଇ ପଳାଇ ଥିଲେ I ସେହି କ୍ଷଣି ମହିଳା ଦଳ ବାଲିଗୁଡ଼ା ଥାନା ରେ ଏତଲା ଦେଲାପରେ ପୁଲିସ ଏସଆଇ କୁଳ ମୋଣୀ ରାଉତ ଏକ ଟିମ ଗଠନ କରି ଛାନାଭିନ ଆରମ୍ଭ କରିଥିଲେ I ପୁଲିସ ଏହି ମାମଲା ପରେ ଆସିକା ଥାନା ଇଲାକାରୁ ଜଣଙ୍କୁ ଗିରଫ କରିଥିବା ବେଳେ ଫେରାର ହୋଇଥିବା ଅନ୍ୟ ତିନି ଜଣଙ୍କୁ କାବୁ କରିବା ପାଇଁ ଉଦ୍ୟମ କରୁ ଥିବା ସୂଚନା ମିଳିଛି I ବାଲିଗୁଡ଼ା ଥାନା ଅଧିକାରୀ ଫେରାର ଲୁଟେରାଙ୍କ ନାମରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ରେ ବହୁ ମାମଲା ରହିଥିବା ସୂଚନା ଦେଇଛନ୍ତି I