ଅନୁସନ୍ଧାନ ଭାରତ(ବ୍ୟୁର): ବାତ୍ୟା ‘ଜୱାଦ’ର ପ୍ରଭାବରେ ଘୁ.ଉଦୟଗିରି ଠାରେ ଲଗାଣ ବର୍ଷା ଜାରୀ ରହିଛି I ଯାହା ପାଇଁ ସମ୍ପୂର୍ଣ୍ଣ ସହରର ଜନସାଧାରଣ ଅସ୍ତବ୍ୟସ୍ତ I ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ଥଣ୍ଡା ମଧ୍ୟ ଅନୁଭୂତ ହେଉଛି I ଘୁ.ଉଦୟଗିରି ଠାରେ ବର୍ଷା ମାପକ କିମ୍ବା ଥଣ୍ଡା ମାପକ ଯନ୍ତ୍ର ଥିଲେ ସୁଦ୍ଧା ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁଁ ସଠିକ ତଥ୍ୟ ଜଣା ପଡୁନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I ଘୁ.ଉଦୟଗିରି ବ୍ଲକ ଏବଂ କୃଷିବିଜ୍ଞାନ କେନ୍ଦ୍ରରେ ବର୍ଷା ଓ ତାପମାତ୍ରା ମାପିବା ପାଇଁ ସରକାରୀ ନିର୍ଦ୍ଧେଶ ଥିଲେ ସୁଦ୍ଧା କାର୍ଯ୍ୟରତ ସରକାରୀ କର୍ମଚାରୀ ସରକାରଙ୍କ ନିର୍ଦ୍ଧେଶକୁ ଗୁରୁତର ସହ ଗ୍ରହଣ କରୁନଥିବା ସାଧାରଣ ରେ ମତ ପ୍ରକାଶ ପାଇଛି I
ଘୁ.ଉଦୟଗିରିର ତାପମାତ୍ରା ଓ ବର୍ଷାର ପରିମାଣକୁ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି I ବର୍ଷର ଅଧିକାଂଶ ସମୟରେ ଘୁ.ଉଦୟଗିରି ଠାରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇ ଥାଏ I
ଯାହାକି ପର୍ଯ୍ୟଟକଙ୍କ ଅଗମନ ପାଇଁ ବେଶ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ I କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଘୁ.ଉଦୟଗିରିର ସୁନ୍ଦର ପାଗର ପ୍ରଚାରପ୍ରସାର ହୋଇ ପାରୁ ନାହିଁ I
କେବଳ ଏତିକ ନୁହେଁ କୃଷିବିଜ୍ଞାନ କେନ୍ଦ୍ର ଓ କୃଷି ସୂଚନା କେନ୍ଦ୍ର ଥିଲେ ମଧ୍ୟ ଘୁ.ଉଦୟଗିରି ଠାରେ ହେଉ ଥିବା ଲଗାଣ ବର୍ଷାର ପରିମାଣ ସର୍ବସାଧାରଣରେ ପ୍ରକାଶ କରାଯାଉ ନାହିଁ I ଯାହା ପାଇଁ ଅଞ୍ଚଳର ଚାଷୀ ବର୍ଷାର ପରିମାଣ ସମ୍ପର୍କରେ ସୂଚନା ପାଇ ପାରୁନ ଥିବା ସୂଚନା ମିଳିଛି I ସୂଚନା ଥାଉକି କୃଷିବିଜ୍ଞାନ କେନ୍ଦ୍ରରେ ସରକାରଙ୍କ ଦ୍ୱାରା ତାପମାତ୍ରା ମାପକ ଯନ୍ତ୍ର ଲଗା ଯାଇ ଥିଲେ ସୁଦ୍ଧା ତାହା ଏବେ ଖତ ଖାଉଥିବାର ଦେଖା ଦେଇଛି I
Next Post