ବିଶ୍ୱ ବଜାରରୁ କରୋନା ଟୀକା ସଂଗ୍ରହକୁ ନେଇ ଟେଣ୍ଡେର ଆରମ୍ଭ…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟବାସୀଙ୍କୁ କରୋନା ମହାମାରୀ ସଙ୍କଟରୁ ବଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୦ତାରିଖ କ୍ୟାବିନେଟ ବୈଠକରେ ବିଶ୍ୱବଜାରରୁ ଟିକା ସଂଗ୍ରହ ଲାଗି ନିଷ୍ପତ୍ତି ହୋଇଥିଲା I ଏହି ନିଷ୍ପତ୍ତି ଅନୁସାରେ ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ୩ କୋଟି ୮୦ ଲକ୍ଷ ଟିକା କିଣିବା ପାଇଁ ଇ-ଟେଣ୍ଡର (ଲିଖିତ ପ୍ରସ୍ତାବ) ପ୍ରକ୍ରିୟା ଆରମ୍ଭ ହୋଇଛି I ଓଡିଶା ଔଷଧ ନିଗମ ପରିଚାଳନା ନିର୍ଦେଶକଙ୍କ ପକ୍ଷରୁ ୨୯ପୃଷ୍ଠା ସମ୍ବଳିତ ଏହି ଇ-ଟେଣ୍ଡର ପ୍ରକ୍ରିୟାରେ ସର୍ତ୍ତାବଳୀ ମଧ୍ୟ ରଖାଯାଇ ଥିବା ଦେଖିବାକୁ ମିଳିଛି I ଓଡିଶା ସରକାରଙ୍କ ଏହି ପଦକ୍ଷେପ ରାଜ୍ୟରେ କରୋନା ଜନିତ ସଂକ୍ରମଣ ଏବଂ ମୃତ୍ୟୁର ହାରକୁ ରୋକି ପାରିବା ନେଇ ବିଶେଷଜ୍ଞଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି I