ଅପରାଧ ଘଟାଇ ଅପରାଧି ଛୁ: ବଢ଼ୁଚି ଅପରାଧ, ବିଗିଡୁଛି ଆଇନ ଶୃଙ୍ଖଳା??? ବନ୍ଧୁକ ମୁନରେ ଟୋୟୋଟା ଗାଡ଼ି ଲୁଟ ହେବା ପରେ ଆଜି ୪ ବାଇକ, ୧ ସ୍କୁଟି, ୧ ବୁଲେଟରୁ ଜବତ, ଖବର ସଂଗ୍ରହ କରିବାକୁ ଯାଇ ଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘୁ.ଉଦୟଗିରି ଥାନାଧିକାରୀଙ୍କ ଅସଦ ବ୍ୟବହାର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉ ଥିବାର ଅଞ୍ଚଳରେ ମତ ପ୍ରକାଶ ପାଇଛି I ଏଇ କିଛି ମାସ ହେବ ଘୁ.ଉଦୟଗିରି ଥାନା ଅଞ୍ଚଳରେ ଅପରାଧ ଘଟାଇବା ପାଇଁ ଅପରାଧୀ ବେଶ ସକ୍ରିୟ ହୋଇ ସଫଳ ମଧ୍ୟ ହେଉ ଥିବା ଅଞ୍ଚଳ ବାସୀନ୍ଧା କହିଛନ୍ତି I ସ୍ଥାନୀୟ ପୁଲିସର ନିଷ୍କ୍ରିୟତା ପାଇଁ ଅପରାଧ ବୃଦ୍ଧି ହେଉଥିବା ସାଧାରଣରେ ଆଲୋଚନା ହେଉଛି I ପ୍ରାପ୍ତ ସୂଚନା ଅନୁସାରେ ଅକ୍ଟୋବର ମାସରେ କଳିଙ୍ଗା ଘାଟିରେ ବନ୍ଧୁକ ମୁନରେ ଟୟୋଟା କାର ଲୁଟ ହୋଇ ଥିଲା I ଯାହାକି ସ୍ଥାନୀୟ ପୁଲିସକୁ ଚ୍ୟାଲେଞ୍ଜ ଦେଇ ଡକାୟତ ଦଳ କରି ଥିଲେ ଡକାୟତି I ଅକ୍ଟୋବର ମାସରେ ଫୁଲବାଣୀ ଶଗଡିଆ ସାହିର କୁମୁଦ ନାୟକ (୪୫)ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଭଞ୍ଜନଗର ଓଆର-୦୨-ବିଭ-୯୦୬୨ ଗାଡ଼ିରେ ଯାଉଥିଲେ I ଡକାୟତ ଦଳ ପିଛା କରି ବନ୍ଧୁକ ମୁନରେ ଲୁଟି ନେଇଥିଲେ କାର I ଗାଡ଼ି ମାଲିକ କୁମୁଦ ନାୟକଙ୍କ ଏତଲାକୁ ଭିତ୍ତି କରି ରାତିରେ ଥାନା ଅଧିକାରିଣୀ ରେବତୀ ଶବର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି କରି ଲୁଟେରାଙ୍କ କୌଣସି ସୁରାକ ପାଇନଥିଲେ I ପ୍ରାୟ ୨୫ ଦିନରୁ ଉର୍ଦ୍ଧ୍ବ ବିତି ଯାଇ ଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଲୁଟ ଗାଡିକୁ ଉଧାର କରି ପାରି ନାହିଁକି ଲୁଟେରାଙ୍କୁଏ କାବୁ କରି ପରିନ ଥିବା ଦେଖା ଦେଇଛି I ଏହି ଘଟଣାକୁ ନେଇ ଘୁ.ଉଦୟଗିରି ପୁଲିସ ୩୯୫ ଦଫା ୯୨/୨୧ ଆଇ.ପି.ସି.ଆର.ଡବ୍ଲ୍ୟୁ ୨୫/୨୭ ଅର୍ମସ ଆକ୍ଟରେ ମକଦମା ରୁଜୁକରି ଥିଲା I ଯାହା କି ତଦନ୍ତରେ ହିଁ ରହି ଥିବା ଅଞ୍ଚଳରେ ମତ ପ୍ରକାଶ ପାଇଛି I କଳିଙ୍ଗା ଘାଟିରେ ଅପରାଧୀ ମାନେ ଦିନକୁ ଦିନ ସକ୍ରିୟ ହେଉ ଥିବାରୁ ଅଞ୍ଚଳବାସୀ ପେଟ୍ରୋଲିଂ ପାଇଁ ମଧ୍ୟ ଦାବୀ କରି ଆସୁଛନ୍ତି I କିନ୍ତୁ ଘୁ.ଉଦୟଗିରି ପୁଲିସ ସାଧାରଣ ଜନତାଙ୍କ ଦାବୀକୁ ଗୁରୁତ୍ୱ ନ ଦେଇ କେବଳ ଦିନକୁ ତିନି ଥର ହେଲମେଟ ଯାଞ୍ଚ କରି ସାଧାରଣ ଜନତାଙ୍କୁ ହୋଇରାଣ କରି ପ୍ରଚୁର ଫାଇନ ଆଦାୟ କରି ବାହାବାହା ନେଉ ଥିବା ସାଧରରେ ମତ ପ୍ରକାଶ ପାଇଛି I ଯାହା ପାଇଁ ଲୋକେ କଳିଙ୍ଗା ଘାଟି ଦେଇ ଯାତାୟାତ କରିବା ପାଇଁ ଭୟଭୀତ ଏବଂ ଅସୁରକ୍ଷିତ ମଣୁ ଥିବା ପ୍ରକାଶ କରିଅଛନ୍ତି I ସେହି ପରି ଭାବରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିର ଥାନା ଠାରୁ ମାତ୍ରକ ୩୦୦ ମିଟର ଦୂର ପଠାଣ ସାହିରେ ଥିବା ମସଜିଦରୁ ପାଣି ମୋଟର ସହ ଅନ୍ୟାନ୍ୟ ସମଗ୍ରୀ ଚୋରି ହୋଇ ଥିଲା I ସ୍ଥାନୀୟ ଲୋକ ଚୋରଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରି ଥିଲେ I ଏନେଇ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ ହେବା ପରେ ଘୁ.ଉଦୟଗିରି ଥାନା ପୁଲିସ ଧାରା ୪୫୭, ୩୮୦ ରେ କେନଂ ୯୭/୨୧ ଏକ ମାମଲା ରୁଜୁ କରି ଥିଲା I କିଛି ଦିନ ବ୍ୟବଧାନରେ ଆଜି ଅର୍ଥାତ ୨୯/୧୦/୨୦୨୧ ରିଖ ସକାଳେ ଚୋରି ବାଇକ ସନ୍ଦେହରେ ପୁଲିସ ୫ରୁ ଉର୍ଦ୍ଧ୍ବ ବାଇକ ଘୁ.ଉଦୟଗିରି ପୁଲିସ ଭେର୍ଟେନାରୀ ଛକ ଅଞ୍ଚଳରୁ ଜବତ କରିବା ସହ ତିନି ଜଣଙ୍କୁ ଉଠେଇ ନେଇ ତଦନ୍ତ କରୁ ଥିବା ସୂଚନା ମିଳିଛି I ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ଘୁ.ଉଦୟଗିରି ଥାନାରେ ପହଞ୍ଚିବା ପରେ ଥାନାଧିକାରୀ ରେବତୀ ଶବର ଅସଦ ବ୍ୟବହାର କରିଥିଲେ I ଯାହାକୁ ନେଇ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି I ସୂଚନା ଅନୁସାରେ ଥାନାଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅପରାଧୀଙ୍କୁ ବ୍ୟବହାର କଲା ଭଳିଆ ବ୍ୟବହାର କରି ଥିଲେ I ଥାନାଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ ମୁଁ କଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚିନ୍ହିବା ପାଇଁ ଠିକା ନେଇଛି କି?? ମୋର ନିର୍ଦେଶ ପରେ ହିଁ ଖବର ଛାପି ପାରିବ, ତମକୁ କିଏ ଅଧିକାର ଦେଲା ଫୋଟ ଉଠେଇବା ପାଇଁ, ମୁଁ କନ୍ଧମାଳ ଜିଲ୍ଲାର ଅନେକ ଥାନାରେ କାମ କରିଛି ବୋଲି କହି ଦୀର୍ଘ ୩୦ମିନଟରୁ ଉର୍ଦ୍ଧ୍ବ ସମୟ ଧରି ନାଲି ଆଖି ଦେଖାଇ ଥିଲେ ଘୁ.ଉଦୟଗିରି ଥାନାଧିକାରୀ I ଗଣମାଧ୍ୟମ ପ୍ରନିଧିଙ୍କୁ ଏଭଳି ବ୍ୟବହାର ପ୍ରଦର୍ଶନ କରି ଥିଲେ ଥାନାଧିକାରୀ I ଯାହାକୁ କି କନ୍ଧମାଳ ଗଣମାଧ୍ୟମ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଉଛି I ଏନେଇ ଆଗାମୀ ଦିନରେ ପ୍ରଶାସନକୁ ଅବଗତ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି I ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ରହିଛି କି ଥାନାକୁ ଯାଉ ଥିବା ଜନସାଧାରଣ ହେଅନ୍ତୁବା ଗଣମାଧ୍ୟମ ପ୍ରତିନିଧି ସମସ୍ତଙ୍କୁ ପୁଲିସ ଦନ୍ଧୁତ୍ୱର ବ୍ୟବହାର ଦେବ I ଯଦି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏପରି ଥାନାଧିକାରୀଙ୍କ ବ୍ୟବହାର ତାହାହେଲେ ସାଧାରଣ ଜନତାଙ୍କ ପ୍ରତି ଯାହା ଘଟୁଥିବ ତାହା ଜଳଜଳ ହୋଇ ଦେଖା ଯାଉଛି I ଘୁ.ଉଦୟଗିରି ଥାନାରେ ଖୋଦ ଥାନାଧିକାରୀ ସରକାରଙ୍କ ନିର୍ଦ୍ଧେଶକୁ ଖୋଲାଖୋଲି ଉଲଂଘନ କରୁ ଥିବା ଦେଖା ଦେଇଛି I ଏପରି କି କିଛି ମାସ ହେବ ଆମ ପୁଲିସ କାର୍ଯ୍ୟକ୍ରମ ମଧ୍ୟ ହେଉନ ଥିବା ଅଞ୍ଚଳବାସୀ କହିଛନ୍ତି I ଯାହା ପାଇଁ ପୁଲିସ ଉପରୁ ସାଧାରଣ ଜନତାଙ୍କ ଭରସା ତୁଟୁ ଥିବା ଦେଖା ଯାଉଛି I ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହୋଇଛି I