ଏପଟେ କରନା ମହାମାରୀର ଭୟ ଅନ୍ୟ ପଟେ ଆଘୋଷିତ ବିଦ୍ୟୁତ କାଟର ଯନ୍ତ୍ରଣା…

ବାରମ୍ବାର ଘଣ୍ଟାଘଣ୍ଟା ଧରି ଘଡ଼ିକେଘଡ଼ି ଅଘୋଷିତ ବିଦ୍ୟୁତ କାଟକୁ ନେଇ ହୀନସ୍ତା ଗ୍ରାହକ

ଅନୁସନ୍ଧାନ ଭାରତ(ବ୍ୟୁର): ଏପଟେ କରନା ମହାମାରୀର ଭୟ ଅନ୍ୟ ପଟେ ଆଘୋଷିତ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ କାଟ ହେଉ ଥିବାର ଯନ୍ତ୍ରଣା ସହି ହେଉନ ଥିବା ଘୁ.ଉଦୟଗିରି ବାସୀ ମତବ୍ୟକ୍ତ କରିଛନ୍ତି I ଲକଡାଉନ ପାଇଁ ଘର ଭିତରେ ରହିବା ସକାଶେ ସରକାରୀ ନିର୍ଦ୍ଧେଶ ଥିବା ବେଳେ ବାରମ୍ବାର ଘଡ଼ିକେଘଡ଼ି ଘଣ୍ଟାଘଣ୍ଟା ଧରି ଘୁ.ଉଦୟଗିରି ଠାରେ ବିଦ୍ୟୁତ କାଟ ହେଉଛି I ଯାହା ପାଇଁ ଜନସାଧରଣ କୌଣସି ଅନଲାଇନ କାମ କରିପାରୁ ନାହାନ୍ତି I ଫ୍ୟାନ ବନ୍ଦ ହେବା ଦ୍ୱାରା ଗରମରେ ଛଟପଟ ହେଉଥିବା ସହ ମାନସିକ ଚାପରେ ରହୁ ଥିବା ପ୍ରକାଶ କରିଛନ୍ତି I କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସହର I ଯାହାକି ଏକ ପୁରାତନ ବିଧାନସଭା ନିର୍ବାଚନ ମଣ୍ଡଳୀ ସାଙ୍ଗକୁ କେନ୍ଦ୍ରସ୍ଥଳୀ I କିନ୍ତୁ ଘୁ.ଉଦୟଗିରି ବାସୀ ଏବଂ ଘୁ.ଉଦୟଗିରି ଉପରେ ନିର୍ଭର କରୁ ଥିବା ଜନସାଧାରଣ ଆଜି ବି ଅବହେଳିତ I ଜନସାଧାରଣଙ୍କୁ ବିଦ୍ୟୁତ ଯୋଗାଣ ନିମନ୍ତେ ବହୁ ବାଦବିବାଦ ପରେ ଘୁ.ଉଦୟଗିରିର ଗୁଡ୍ରିପଡ଼ି ଠାରେ ଓପିଟିସିଏଲ ଦ୍ୱାରା ୧୩୨/୩୩ କେଭିର ଅତ୍ୟାଧୁନିକ ପାୱାର ସବଷ୍ଟେସନ ଲକ୍ଷଲକ୍ଷ ଟଙ୍କା ସରକାରୀ ଅନୁଦାନ ବ୍ୟୟରେ ନିର୍ମାଣ କରାଗଲା I ସବଷ୍ଟେସନର ନିର୍ମାଣ କାମ ସରିଲା କାର୍ଯ୍ୟକ୍ଷମ ମଧ୍ୟ ହେଲା କିନ୍ତୁ ବଦଳି ନାହିଁ ଘୁ.ଉଦୟଗିରି ବାସିଙ୍କ ବିଦ୍ୟୁତ ସମସ୍ୟା I ଘୁ.ଉଦୟଗିରି ବାସୀଙ୍କ ପୂର୍ବ ବିଦ୍ୟୁତ ସରବରାହରେ ଦେଖା ଦେଉ ଥିବା ସମସ୍ୟା ଲାଗି ରହିଛି I ଗ୍ରୀଡ଼ ଷ୍ଟେଟନ ହେବା ପରେ ମଧ୍ୟ ଘଡ଼ିକେଘଡ଼ି ଘଣ୍ଟାଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ହେଉ ଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି I ଏହି କରନା ମହାମାରୀ ସମୟରେ ବିଦ୍ୟୁତ କାଟ ହେବା ଯୋଗୁଁ ଜନସାଧାରଣଙ୍କ ଅନଲାଇନ କାମରେ ବିଭ୍ରାଟ ହେବା ସହ ଗରମରେ ଛଟପଟ ହେଉ ଥିବା କହିଛନ୍ତି I କେତେବେଳେ ରାତି ତମାମ ଵିଦ୍ୟୁତ କାଟ ହେଉଛି ତ ଆଉ କେତେକ ଦିନ ତମାମ ଅଘୋଷିତ ଘଡ଼ିକେଘଡ଼ି ବିଦ୍ୟୁତ କାଟ ହେଉଛି I ଯାହା ପାଇଁ ଗ୍ରାହକ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉ ଥିବା ପ୍ରକାଶ କରିଛନ୍ତି I ତେଣୁ ଅନବରତ ଭାବରେ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହେଉଛି I ଯାହା ଦ୍ୱାରା ଜନାସାଧରଣ ଗରମ ଏବଂ ମାନସିକ ଚାପରୁ ରକ୍ଷା ପାଇ ପାରିବା ସହ ଘରେ ବସି ସୁରକ୍ଷିତ ଭାବରେ ଅନଲାଇନ କାମ କରିପାରିବେ ବୋଲି ଜଣେ ବରିଷ୍ଠ ନାଗରିକ ପ୍ରତିକ୍ରିୟା ଦେଇଛନ୍ତି I