ଶୁନ୍ୟରେ ଭାଙ୍ଗିଲା ଆମ୍ବଗଛ ଶାଖା: ଝିଞ୍ଜୀରିଗୁଡା କାଟିଙ୍ଗିଆ ରାସ୍ତା ଅବରୋଧ, ଦାରିଙ୍ଗବାଡି ଅଗ୍ନିଶ୍ରମ ବାହିନୀ କଲେ ସଫା…..
ଦାରିଙ୍ଗବାଡି(ଆଶୋକ ସିଂ): ଶୂନ୍ୟରେ ଖସି ପଡ଼ିଲା ଏକ ଆମ୍ଵ ଗଛର ବୃହତ ଶାଖା l ଶୁଖିଲା ପାଣି ପାଗରେ ଅଞ୍ଚଳ ବାସୀ ନିଜ କାମରେ ବ୍ୟସ୍ତ l ସୋମବାର ହାଟ ବାର ପୁଣି ଦଶମ ଶ୍ରେଣୀର ଶେଷ ପରୀକ୍ଷା ଚାଲିଥିବା ସମୟରେ ସେହି ରାସ୍ତା ଦେଇ ଶତାଧିକ ଯାନ ବାହନ ଚଳାଚଳ କରୁଥିବା ବେଳେ ଘଟିଛି ଏକ ବଡ଼ ଅଘଟଣ । କାହାର କିଛି କ୍ଷତି ହୋଇ ନଥିବା ବେଳେ ଉଦ୍ଧାର ପାଇଛନ୍ତି ଅଞ୍ଚଳବାସୀ l ଏପରି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଝିଞ୍ଜୀରିଗୁଡା ପଞ୍ଚାୟତର ମୁଣ୍ଡାମା ନିକଟ ରାସ୍ତା କଡରେ ଥିବା ଏକ ଆମ୍ୱ ଗଛର ବୃହତ୍ ଶାଖା ପଡ଼ି ଝିଞ୍ଜୀରିଗୁଡାରୁ କାଟିଙ୍ଗିଆକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ କରିଥିଲା । ଖବର ପାଇ ଦାରିଙ୍ଗବାଡି ଅଗ୍ନିଶ୍ରମ ବାହୀନି ଇନ୍ଚାର୍ଜ ସତ୍ୟ ନାରାୟଣ ବେହେରା, ହାବିଲଦାର ଚିନ୍ମୟ ପରିଡ଼ାଙ୍କ ନେତୃତ୍ୱରେ ଅଗ୍ନିଶ୍ରମ ଯୋଦ୍ଧା ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବୋରୋଧକୁ ହଟାଇଥିଲେ ଅଗ୍ନୀଶ୍ରମ ଯୋଦ୍ଧାଙ୍କ ମଧ୍ୟରୁ ସୁନିଲ ସାମର୍ଥ, ସାଜନ କୁମାର ବେହେରା, ସ୍ୱରଜ୍ୟ ଡାକୁଆ, ଏକାନ୍ତ ଶବର, ପ୍ରିୟବ୍ରତ ସେନାପତି, ବିକାସ ମହାନ୍ତି ପ୍ରମୁଖ ସାମିଲ ହୋଇ ଥିଲେ ।