ବଡ଼ ଭାଇଙ୍କୁ ଛୁରା ମାଡ଼ କରି ହତ୍ୟା କଲା ସାନ ଭାଇ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ରେବିଡି ଗାଁରେ ବଡ଼ ଭାଇକୁ ସାନ ଭାଇ ଛୁରା ମାଡ଼ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ  ଅଜ୍ୟମ ଦଳ ବେହେରା ବୋଲି ସୂଚନା ରହିଛି । ବଡ ଭାଇ ଅଜ୍ୟମ ଓ ସାନ ଭାଇ ସୁଦିପ ଦଳ ବେହେରାଙ୍କ ମଧ୍ୟରେ କୌଣସି କରଣରୁ ବଚସା ହୋଇଥିଲା । ପରେ ଏକୁଟିଆ ଥିବାର ସୁଯୋଗ ନେଇ  ବାଥରୁମରେ ସାନ ଭାଇ ଏକ ଛୁରା ମାଧ୍ୟମରେ ବଡ଼ ଭାଇଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ସୂଚନା ପାଇବା ପରେ ଘଟଣା ସ୍ଥଳରେ ଆର ଉଦୟଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ପଠାଇଛି । ଅନ୍ୟପଟେ ସାନ ଭାଇ ଫେରାର ହୋଇ ଯାଇଥିବା ବେଳେ କେଉଁ କାରଣରୁ ହତ୍ୟା କରିଛି ତାହା କାରଣ ସ୍ପଷ୍ଟ ହୋଇ ପାରିନଥିବା ପୁଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।