କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ…

ଭଞ୍ଜନଗର(ନିଲୁ ବିଷୋୟୀ):  ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଦ୍ୟାବିହାର ପରିସରରେ ଜାତୀୟ ଶିକ୍ଷା ଦିବସ ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ଅଧ୍ୟାପିକା ଜୟଶ୍ରୀ ସେଠୀ  ସ୍ବାଗତ ଭାଷଣ ସହ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ପରେ ଅଧ୍ୟାପକ ତ୍ରିନାଥ ବେହେରା ଏହି ଦିବସର ଗୁରୁତ୍ବ ଆଲୋଚନା କରିବା ସହ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ବନ୍ଧରେ ଆଲୋଚନା କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା ସହ ଉତ୍ତମ ଚରିତ୍ର ଗଠନ ନିମିତ୍ତ ଶିକ୍ଷା ଗ୍ରହଣ ପାଇଁ ପରାମର୍ଶ ପ୍ରଦାନ କରିଥିଲେ l ପରେ ଛାତ୍ର ଶୁଭ୍ରଂଶୁ ଗୌଡ, ଆଦର୍ଶ ସ୍ବାଇଁ, ଛାତ୍ରୀ ରାଜଲକ୍ଷ୍ମୀ ନାୟକ, ପ୍ରତୀକ୍ଷା ମହାରଣା, ଶ୍ରଦ୍ଧାଞ୍ଜଳୀ ବେହେରା, ଗଙ୍ଗୋତ୍ରୀ ସ୍ବାଇଁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ଅଧ୍ୟାପକ ପ୍ରଦୀପ ଦିଗାଲ, ଗାଙ୍ଗୁଲି ପାଲଟା ସିଂ, ଅର୍କଧ୍ବଜ ପଣ୍ଡା, ମନୋଜ କଅଁର, ପି.ଦିପକ ରାଓ, ଅଧ୍ୟାପିକା ସୁନିତା ଦଳବେହେରା, କିରଣ କଅଁର ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ l ଶେଷରେ ଶିକ୍ଷା ବିଭାଗର ପ୍ରତିପାଦିକା ଭାରତୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ l