୨୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ….

ଭଞ୍ଜନଗର(ନିଲୁ ବିଷୋୟୀ) : ଭଞ୍ଜନଗର ପୁଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିବା ସହ ତା ନିକଟରୁ ୨୮କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି । ଏଥିରେ ସଂପୃକ୍ତ ଅଭିଯୁକ୍ତ ଜଣଙ୍କ ନୟାଗଡ ଜିଲ୍ଲା ସରଣକୂଳ ଥାନା ଅଞ୍ଚଳର ମନୋଜ କୁମାର ବେହେରା (୩୦) ବୋଲି ଜଣାପଡିଛି । ସୂଚନା ପ୍ରକାରେ, ଥାନା ଏସଆଇ ଲଷ୍ମୀଧର ମହାନ୍ତି ସଦଳବଳେ ସୋମବାର ମଧ୍ୟାହ୍ନରେ ପେଟ୍ରୋଲିଂ କରୁଥିବା ବେଳେ ପହଣ୍ଡା ଛକ ନିକଟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଦୁଇଟି ଜରିବସ୍ତା ଧରି ଠିଆ ହୋଇଥିବା ଦେଖି ସନ୍ଦେହ ହେବାରୁ ତଲାସୀ ନେଇଥିଲେ । ସେଥିରେ ଗଞ୍ଜେଇ ଥିବା ଜଣାପଡିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିବା ବେଳେ ଏଥିରେ ମୋଟ ୨୮ କେଜି ୮୦ ଗ୍ରାମ ଗଞ୍ଜେଇ ଥିବା ସ୍ପଷ୍ଟ ହୋଇଥିଲା । ଅଭିଯୁକ୍ତ ଜଣଙ୍କ କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ନୟାଗଡ ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରୁଥିବା ନେଇ ସ୍ୱୀକାର କରିଛି । ଏନ୍ଡିପିଏସ୍ ଆକ୍ଟରେ ଏନେଇ କେସ ନଂ ୧୧୮୯/୨୫ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।