ସାଇବର ଠକ୍ ହେବେ ସବାଡ: କନ୍ଧମାଳ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ରାହ୍ମଣୀଗାଁରେ ସାଇବର ସୁରକ୍ଷା ସଚେତନା…

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ  ନିର୍ଦ୍ଧେଶ କ୍ରମେ କନ୍ଧମାଳ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳରେ ସାଇବର ସୁରକ୍ଷା ସମ୍ପର୍କିତ ସଚେତନା ସୃଷ୍ଠି କରଯାଉଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ସାଇବର୍ ଥାନା ଅଧିକାରୀ ଗେଲ୍ଲି କୁମାରୀ ସାହୁଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ଟିମ୍ ସୋମବାର ଦିନ ବ୍ରାହ୍ମଣୀଗାଁରେ ପହଞ୍ଚି ସଚେତନା କାରାଇଥିଲେ । ପ୍ରଥମେ ବ୍ରାହ୍ମଣୀଗାଁ ବଜାର ଓ ପରେ ଋଷିମାଳ ମହାବିଦ୍ୟାଳୟରେ ଏହି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ଜନ ସାଧାରଣ ବିଭିନ୍ନ କ୍ଷେତ୍ରରେ ସାଇବର ଠକାମୀର ଶିକାର ହେଉଛନ୍ତି । ବିଶେଷ କରି ଅନଲାଇନ୍ ସପିଙ୍ଗ, ଅନଲାଇନ୍ ଅର୍ଥ କାରବାର, କେ ୱାଇସି, ପାନ ,ଆଧାର କାର୍ଡ, ବ୍ୟାଙ୍କ ପାସ ବହି ଅପଡେଟ, ଅଜ୍ଞାତ କଲ୍ ସିମ୍ ସ୍କମ୍, ଅନଲାଇନ୍ କ୍ରୟ ବିକ୍ରୟ ଆଦି ବିଭିନ୍ନ କ୍ଷେତ୍ରରେ ଠକେଇର ଶିକାର ହେଉଥିବା ବେଳେ ସରକାର ତଥା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଚିଛି । ଏଣୁ  କିଭଳି ଭାବେ ଜନସାଧାରଣ ସାଇବର ଠକେଇର ଶିକାର ହେଉଛନ୍ତି ଏବଂ ଏହି ଠକେଇରୁ ନିଜକୁ କିପରି ନିଜକୁ ସୁରକ୍ଷିତ ରଖି ପାରିବେ ସେ ନେଇ ଜନ ସଚେତନା ସୃଷ୍ଠି କରାଯାଇଛି l ବିଶେଷ କରି ଇଣ୍ଟରନେଟ୍ ମଧ୍ୟମରେ କମ୍ପ୍ୟୁଟର ଓ ମୋବାଇଲ୍ ଫୋନ୍ ବ୍ୟବହାର କରି କିଛି ଅଜଣା ବ୍ୟକ୍ତି  ବିଭିନ୍ନ ପ୍ରକାର ପ୍ରଲୋଭନ  ଦେଖାଇ ଓ ଟି ପି ଓ ସର୍ଚ୍ଚ ଇଞ୍ଜିନ ବ୍ୟବହାର କରି ଠକି ଚାଲିଛନ୍ତି । ଏଣୁ ମୋବାଇଲ୍ କିମ୍ବା ଲାପ୍ ଟପ୍ ବ୍ୟବହାର କରିବା ସମୟରେ କଣ ସବୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ସେ ନେଇ ସାଇବର ଥାନା ଅଧିକାରୀ ଶ୍ରୀମତୀ ଗେଲ୍ଲୀ କୁମାରୀ ସାହୁ ସଚେତନା କରାଇବା ସହ ଋଷୀମାଳ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସଚେତନା କରିବା ସହ ସାଇବର କ୍ରାଇମ ସମ୍ପର୍କିତ କୁଇଜ୍ ପରୀକ୍ଷା କରି ସଠିକ୍ ଉତ୍ତର ଦେଇ ଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ଏବଂ ସାଇବର ହେଲ୍ପ ଲାଇନ ନମ୍ବର(୧୯୩୦) ଜାରୀ କରି ଥିଲେ l ଏହା ବ୍ୟତୀତ ସୋସିଆଲ ମିଡିଆରେ ସକ୍ରିୟ ଥିବା ବ୍ୟକ୍ତିମାନେ ନିଜ ମୋବାଇଲର ସେଟିଂ ଓ ସୁରକ୍ଷିତ ସିକୁରିଟି ସେଟିଂ ଶିଖାଇ ଥିଲେ । ଋଷିମାଳ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ ଥାନା ଆଇଆଇସି ବିଜୟ କୁମାର ହାଇବରୁ, ବିଜେପି ମଣ୍ଡଳ ସଭାପତି  ଗଣେଷ ଡାକୁଆ, ଋଷିମାଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଭାସ୍କର ଚରଣ ନାୟକ, ଓଡ଼ିଆ ବିଭଗ ଅଧ୍ୟାପକ ଦିବାକର ବେହେରା ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିବା ବେଳେ ଯୁକ୍ତ ଦୁଇ, ଯୁକ୍ତ ୩ କଳା ଓ ବାଣିଜ୍ୟର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ବ୍ରାହ୍ମଣୀଗାଁ ଥାନା ଆଇଆଇସି ବିଜୟ କୁମାର ହାଇଵୁରୁଙ୍କ ନେତୃତ୍ୱ ଥାନାର ସମସ୍ତ କର୍ମଚାରୀ ସାଇବର ରଥକୁ ସ୍ଵାଗତ କରିବା ତଥା ସଚେତନ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।