କୋଟଗଡ ପୁଲିସ ପକ୍ଷରୁ ସାଇବ ରଥ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…..

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ କୋଟଗଡ ପୁଲିସ ଥାନା ତରଫରୁ ବିଭିନ୍ନ ସ୍ଥାନରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବାପୁଜୀ + ୨ ମହାବିଦ୍ୟାଳୟ ସମ୍ମୁଖରେ ଜିଲ୍ଲା ଆରକ୍ଷ ରକ୍ଷୀ ଅଧ୍ୟକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆସିଥିବା ସାଇବର ରଥକୁ ସ୍ଵାଗତ କରାଯିବା ସହ କୋଟଗଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା ରଥକୁ ସ୍ଵାଗତ ସହ ସାଇବର ସୁରକ୍ଷା  କାର୍ଟୁନକୁ ମଧ୍ୟ ସ୍ବାଗତ କରାଯାଇଥିଲା । ଜିଲ୍ଲା । ସାଇବର ଥାନା ଅଧିକାରୀ ଗେଲି କୁମାରୀ ସାହୁ, କୋଟଗଡ ଥାନା ଅକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ସ୍ଥାନୀୟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପିଙ୍କୁ ପ୍ରଧାନୀ, କୋଟଗଡର ସମାଜ ସେବି ଓ ବିଧାୟକ ପ୍ରତିନିଧି ଶ୍ରୀ ମନୋଜ କୁମାର ସାବତ, ସାଂସଦ ପ୍ରତିନିଧି ନାରାୟଣ ପାତ୍ର ଓ ଉନ୍ନୀତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋପାଳ ଜଗତ ସ୍ଵାଗତ ସହ ସାଇବର ସଚେତନତା କରାଯାଇଥିଲା । ଏହା ମାଧ୍ୟମରେ ଇଣ୍ଟରନେଟ, ହ୍ଵାଟ୍ସଆପ, ଫେସବୁକ ମାଧ୍ଯମରେ କିପରି ସାଇବ ଠକଙ୍କ କବଳରୁ ମୁକ୍ତି ପାଇବା ଓ ସୁରକ୍ଷିତ ଆର୍ଥିକ କାରବାର କରିପାରିବା ସେ ନେଇ ଭିଡିଓ ଗ୍ରାଫି ଏବଂ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁଙ୍କୁ ସଚେତନ କରାଯାଇଛି । ଏନେଇ କୋଟଗଡ ବଡ ବଜାରରେ ମଧ୍ୟ କାର୍ଯ୍ୟକ୍ରମ କରାଯାଇଥିଲା ।