ରା ଉଦୟଗିରି(ଆକାଶ ଦାସ): ସାମୁଦ୍ରିକ ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଜଣେ ଗର୍ଭବତୀ ମହିଳାଙ୍କୁ ବୋଟ ସହାୟତାରେ ନଦୀ ପାର କରାଇ ମା ଗୃହକୁ ଆଣିଛି ଜିଲ୍ଲା ପ୍ରଶାସନ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ ବାଦପୂର୍ ଗ୍ରାମରେ । ବାତ୍ୟା ପୂର୍ବରୁ ଗର୍ଭବତୀ ମାଆମାନଙ୍କୁ ମାଁ ଗୃହରେ ଥଇଥାନ କରାଯାଉଥିବା ବେଳେ ଗାଁର ସୁନୀତା ଦଳାଇଙ୍କୁ ସ୍ଥାନୀୟ ଆଶା କର୍ମୀ ନଦୀ ପାର କରାଇ ମାଁ ଗୃହକକୁ ଆଣିବାରେ ସମସ୍ୟା ହୋଇଥିଲା । ଫଳରେ ରା.ଉଦୟଗିରି ବ୍ଲକ ପ୍ରଶାସନର ସହାୟତା ଲୋଡିଥିଲେ । ବ୍ଲକ ପ୍ରଶାସନ ତଥା ଅଗ୍ନିଶମ ବିଭାଗ ବାଦପୂର୍ ଗାଁରେ ପହଞ୍ଚି, ଗର୍ଭବତୀଙ୍କୁ ବୋଟ ମାଧ୍ୟମରେ ସୁରକ୍ଷିତ ଭାବେ ନଦୀ ପାରି କରି ଆଣି ମା ଗୃହରେ ରଖାଯାଇଛି ।