ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ୍ ସାନକୋଦଣ୍ଡା ପଞ୍ଚାୟତ ବଡପଥରା ଗ୍ରାମରୁ ଛଅଫୁଟ ଲମ୍ବର ନାଗସାପ ଉଦ୍ଧାର ହୋଇଛି । ସାପଟି ଗ୍ରାମର ରାଜନ ବିଷୋୟୀଙ୍କ ଘରେ ଥିବା ପରିବାର ଲୋକେ ଦେଖିଥିଲେ । ଗ୍ରାମବାସୀ ବନବିଭାଗକୁ ଖବର ଦେବା ପରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ ଓ ଭିକାରୀ ବିଷୋୟୀ ପହଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିବା ଜଣାପଡିଛି ।