ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ପଞ୍ଚାୟତର ପରିଡ଼ା ଗ୍ରାମରେ ଲଗାଣ ବର୍ଷାରେ ଲାବନ୍ୟା ଗାଣ୍ଟା (65)ଙ୍କ ଘର ଭୁସୁଡ଼ିଛି । ବୃଦ୍ଧ ଲାବଣ୍ୟ ନିଜ ସ୍ତ୍ରୀ ସାବିତ୍ରୀ ଗାଣ୍ଟା ବୟସ 62 ଦୁହେଁ ଏହି ଟିଣ ଘର କରି ଜୀବନ କାଟୁଥିଲେ l ସରକାର ତରଫରୁ ଆବାସ ଯୋଜନାରୁ ସେମାନେ ବଞ୍ଚିତ ଥିଲେ l ଏହି ଲଗାଣ ବର୍ଷାରେ ସେମାନଙ୍କ ଘର ଭୁଷୁଡ଼ି ଯିବାରୁ ସେମାନେ ନିରାଶା ହୋଇ ଥିବା କହିଛନ୍ତି l ଗ୍ରାମ ବାସି ତୁରନ୍ତ ଖବର ସରପଞ୍ଚଙ୍କୁ ଦେବା ପରେ ସରପଞ୍ଚ ପିନାଶ ରାଇତ ଏବଂ ଆର. ଆଇ ବଳରାଜ ସାହାଣୀ ଏବଂ ନାଏବ ସରପଞ୍ଚ ଗୁଣବତୀ ସିଂ ତୁରନ୍ତ ପହଞ୍ଚି ଲାବଣ୍ୟ ଓ ତାଙ୍କ ସ୍ତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ସହ ଜରିପାଲ ଗୋଟିଏ ପ୍ରଦାନ କରିଥିଲେ । ଆର ଆଇ ବଳରାଜ ସାହାଣୀ କହିବା ମୁତାବକ ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ସୂଚନା ପ୍ରଦାନ କରାଯାଇଛି । ପରିବାର କହିଲେ ଲାବଣ୍ୟ ଓ ତାଙ୍କ ସ୍ତ୍ରୀ କେବଳ ଦୁଇ ପ୍ରାଣୀ । ବୃଦ୍ଧବସ୍ଥାରେ କୌଣସି ରୋଜଗାର ନ ପାଇ କେବଳ ଭତ୍ତା ଓ ଦଶ କିଲୋ ରାସନ ଚାଉଳରେ ହିଁ ମାସ ସାରା କଷ୍ଟରେ ଚଳିଥାନ୍ତି । ଘର ଭାଙ୍ଗି ଗଲାପରେ ବର୍ତମାନ ସେମାନେ ବେସହରା ହୋଇଯାଇଛନ୍ତି । ଏଣୁ ତୁରନ୍ତ ସେମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ପକ୍କା ଘର ଖଣ୍ଡିଏ ଦେବା ନିମନ୍ତେ ଲାବଣ୍ୟ ଏବଂ ତାଙ୍କ ସ୍ତ୍ରୀ ପ୍ରଶାସନକୁ ନିବେଦନ କରିଛନ୍ତି l