କୋଟଗଡ଼(ଦୀପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ଲାସେରୀ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧୋକାରେ ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତ୍ୱର ଅବସ୍ଥାରେ ହସ୍ପିଟାଲକୁ ନିଅ ଯାଇଛି l ସୂଚନା ମୁତାବକ ଆଜି ଦିପହରରେ ନେତାଜୀ ସୁବାସ ବୋଷ କଲେଜ ତୁମୁଡିବନ୍ଧରୁ କ୍ଲାସ ସାରି ନିଜ ଘଋକୁ ବାଇକ ନ(OD ୧୨F ୮୭୭୯) ଯୋଗେ ଫେରୁଥିଲେ । ସେହି ସମୟରେ ବନ୍ଦାପିପିଲିରୁ ଅନ୍ୟ ଏକ ବାଇକ ନ(OD୧୨ D ୮୮୬୩) ଯୋଗେ କୌଣସି ଏକ କାମ ନେଇ କୋଟଗଡ଼ ଆସୁଥିଲେ । ଏହି ସମୟରେ ଲସେରୀ ନିକଟରେ ଭାର ସମ୍ୟ ହରାଇ ମୁହାଁମୁହିଁ ହୋଇ ଯାଇଥିଲା l ଫଳରେ ଘଟଣା ସ୍ଥଳରେ ହିଁ ବଣ୍ଡପିପିଲିର ସନ୍ତୋଷ ସାହୁ ବୟସ (୪୨), ଅନଙ୍ଗ ପ୍ରଧାନୀ ଗେଟାବାଲି (୧୯), ନେତାଜୀ ସୁବାସ ବୋଷ ମହାବିଦ୍ୟାଳୟର +୩ କଲା ଦ୍ୱିତୀୟ ବର୍ଷର ଛାତ୍ରଙ୍କ ମୃତୁ ଘଟି ଥିବାବେଳେ ଅନ୍ୟ ଜଣେ କଲେଜ ଛାତ୍ର ଗୁରୁତ୍ୱର ଆହତ ହୋଇ ଥିବା ଜଣା ପଡିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଂଚି ଗୁରତରକୁ ଉଦ୍ଧାର କରି ଆମ୍ବୁଲାଏନ୍ସ ଯୋଗେ ମେଡିକାଲକୁ ପଠେଇବା ସହ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ କୋଟଗଡ ପୁଲିସ ଓ ଅଗ୍ନିଶମ ବାହିନୀ ଟିମ ପହଂଚି ଶବକୁ ଜବତ କରି ଆହତ ଜଣକୁ ଉଦ୍ଧାର କରି ମୁତକ ପରିବାରକୁ ସାନ୍ତ୍ୱନା ଦେବା ସହ ଶବ ବ୍ୟବଛେଦ ପାଇଁ ତୁମୁଡିବନ୍ଧ ମେଡିକାଲକୁ ପଠେ ଥିଲା । ସୂଚନା ଥାଉକି ସ୍ୱାଧୀନତା ଦିବସ ଦିନ ମଧ୍ୟ କୋଟଗଡ଼ରେ ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରର ମୃତ୍ୟୁ ହୋଇଥିଲା । ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ଏବେ ପୁଲିସର ମୁଣ୍ଡ ବ୍ୟଥାର କାରଣ ସାଜିଛି ।