OSRTC ବସ ସହ ଘରୋଇ ବସର ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର ଅଳ୍ପକେ ବର୍ତ୍ତିଲେ ଦଶ ଯାତ୍ରୀ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ୍ ଧନନ୍ତର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ OSRTC ବସ ସହ ଘରୋଇ ବସର ମୁହାଁମୁହିଁ ଧକ୍କା I ଘରୋଇ ବସର ଡ୍ରାଇଭର ଗୁରୁତର ଆହତ ହୋଇ ଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଦଶ ଯାତ୍ରୀ l ସୂଚନା ଅନୁସାରେ OSRTC ବସଟି ୧୦ ଜଣ ଯାତ୍ରୀଙ୍କୁ ନେଇ ଶେରଗଡରୁ ହିଞ୍ଜିଳିକାଟୁ ଦେଇ ପୁରୀ ଅଭିମୁଖେ ଯାଉଥିବା ବେଳେ ଗୋବିନ୍ଦପୁରରୁ ଶେରଗଡ ଅଭିମୁଖେ ଆସୁଥିବା ଘରୋଇ ବସ ସହ ଧନନ୍ତର ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଦୁଇ ବସର ମୁହାଁ ମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣାରେ ଘରୋଇ ବସର ଡ୍ରାଇଭର ନୀଳାଞ୍ଚଳ ବେହେରା ଗୁରୁତର ହୋଇଥିବା ବେଳେ OSRTC ବସର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ଏବଂ ଅଳ୍ପକେ ବର୍ତ୍ତିଛନ୍ତି ବସରେ ଥିବା ୧୦ ଜଣ ଯାତ୍ରୀ l ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଡ୍ରାଇଭରକୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରିଛନ୍ତି l ଘଟଣା ସ୍ଥଳରେ ଶେରଗଡ ପୁଲିସ ପହଞ୍ଚି ଦୁଇ ବସକୁ ଜବତ କରିବା ଘଟଣାର ତଦନ୍ତ କରୁଛି l