ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ ଦାବିରେ ରାଜରାସ୍ତାରେ ମାଲକାନଗିରି ଜିଲ୍ଲା ଖ୍ରୀଷ୍ଟିଆନ ସମ୍ପ୍ରଦାୟ…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ ରାସ୍ତାରେ ମାଲକାନଗିରି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଜନସାଧାରଣ l ଲଗାଣ ବର୍ଷାରେ ଭିଜି ଭିଜି ଆଜି ନିଜର ହକ୍କ ଓ ସୁରକ୍ଷା ଦାବିରେ ମାଲକାନଗିରି ଜିଲ୍ଲାରେ ହଜାର ହଜାର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ହାତରେ ଛତା ଧରି ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛନ୍ତି । ଗତ ଜୁନ ୨୧ରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋଟାମେଟାର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଆଜି ସମସ୍ତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ଏକତ୍ରିତ ହୋଇ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛନ୍ତି । ମାଲକାନଗିରି ଜିଲ୍ଲାରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ହେଉଥିବା ଅତ୍ୟାଚାର ବନ୍ଦ କରିବା ଦାବିରେ ଏହି ଶାନ୍ତି ଶୋଭାଯାତ୍ରା ହୋଇଥିଲା । ଗତ ଜୁନ ୨୧ ତାରିଖ ଦିନ ଦୁବୃର୍ତ୍ତ ମାନେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ୩୦ ଜଣଙ୍କୁ ଆକ୍ରମଣ କରିଥିଲେ । ଆହତମାନଙ୍କୁ ଆଜି ପର୍ଯ୍ୟନ୍ତ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ରଖାଯାଇଥିବା ବେଳେ ୨ ଜଣ ଗୁରୁତର ଥିବାରୁ ସେମାନଙ୍କୁ ବାହାର ମେଡ଼ିକାଲକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି । ଜୁନ୍ ୨୨ରେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ମାଲକାନଗିରି ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା ।୧୬ ଜଣଙ୍କ ନାମରେ ଏତଲା ଦିଆଯାଇଥିବା ବେଳେ ଆଜି ସୁଦ୍ଧା କୈାଣସି ଆକ୍ରମଣକାରୀଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇ ନାହିଁ ବୋଲି ମାନସ ଚୈାଧୁରୀ କହିଛନ୍ତି । ସେମାନଙ୍କ ବିରୁଦ୍ଧରେ କୈାଣସି ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ସେ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପାଦ୍ରୀ ମାନେ ମତପ୍ରକାଶ କରିଛନ୍ତି । ଆଜିକୁ ଦୀର୍ଘ ୧୧ ଦିନ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୈାଣସି ଦୁର୍ବୃତ୍ତଙ୍କୁ ପୁଲିସ ଗିରଫ କରିବାରେ ବିଫଳ ବୋଲି ମାଲକାନଗିରି ଜିଲ୍ଲାର ଖ୍ରୀଷ୍ଟିଆନ ନେତାମାନେ କହିଛନ୍ତି । ଅମାନୁଷିକ ବର୍ବରତାର ଚରମ ସୀମା ପାର କରି ଯେଉଁଭଳି ଭାବେ ନିରୀହ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନଙ୍କୁ ଆକ୍ରମଣ କରାଯାଇଛି ତାକୁ ସାଧାରଣ ମହଲରେ ମଧ୍ୟ କଡା ନିନ୍ଦା କରାଯାଉଛି । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । କିନ୍ତୁ ଧର୍ମକୁ ଆଧାର କରି ନିରୀହମାନଙ୍କୁ ଆକ୍ରମଣ କରାଯିବା ଏକ ଆଇନ ଗତ ଅପରାଧ । କିନ୍ତୁ ଅପରାଧୀମାନଙ୍କୁ ପୁଲିସ ଆଜି ପର୍ଯ୍ୟନ୍ତ କାହିଁକି ଗିରଫ କରୁନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଜିର ଏହି ଶୋଭାଯାତ୍ରାରେ ହଜାର ହଜାର ମହିଳା, ଯୁବକ, ଯୁବତୀ, ବିଭିନ୍ନ ଖ୍ରୀଷ୍ଟିଆନ ସଂଗଠନ, ବିଭିନ୍ନ ଚର୍ଚ୍ଚାର ପାଦ୍ରୀମାନେ ଉପସ୍ଥିତ ଥିଲେ । ପୂର୍ବରୁ ଉକ୍ତ ଘଟଣାକୁ ନେଇ ଦକ୍ଷିଣାଞ୍ଚଳ ଡ଼ିଆଇଜିଙ୍କୁ ମଧ୍ୟ ଦାବୀପତ୍ର ଦିଆଯାଇଥିଲା  ଏବଂ ମାଲକାନଗିରି ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଉକ୍ତ ଘଟଣା କ୍ରମ ବିଷୟରେ  ଦାବି ପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଆଜି ସୁଦ୍ଧା କୈାଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ରିତ ହୋଇ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରି ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକରେ ପହଞ୍ଚି ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଯଦି ଦୋଷୀମାନଙ୍କ ବିରୁଦ୍ଧରେ କୈାଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତାହା ହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଜୋରଦାର ହେବ ବୋଲି ଖ୍ରୀଷ୍ଟିଆନ ସମ୍ପ୍ରଦାୟ ତରଫରୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଶୋପ ଦିଲିପ ବଳ, ଡ଼ଃ ପଲ୍ଲବ ଲିମା(ରାଜ୍ୟ ସାଧାରଣ ସମ୍ପାଦକ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚା), ମାନସ ଚୌଧୁରୀ(ଆବାହକ ଭୋଏସ୍ ଏଗେସ୍ଟ ହେଟ୍), ଅମିୟ ପାଣ୍ଡବ(ଆବାହକ ଭୋଏସ୍ ଏଗେସ୍ଟ ହେଟ୍), ପ୍ରକାଶ ମିଶ୍ର(ଆବାହକ ଭୋଏସ୍ ଏଗେସ୍ଟ ହେଟ୍) ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ମାଲକାନଗିରି ଖ୍ରୀଷ୍ଟିଆନ ମଞ୍ଚ, ରାଷ୍ଟ୍ରୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ଓ ଭୋଇସ ଏଗାଇନଷ୍ଟ ହେଟ ସଂଗଠନ ମିଳିତ ଭାବେ ଏହି ରାଲି କରି ଥିବା ସୁଚନା ଦେଇ ଛନ୍ତି ଡ଼ଃ ପଲ୍ଲବ ଲିମା(ରାଜ୍ୟ ସାଧାରଣ ସମ୍ପାଦକ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚା) ସୁଚନା ଦେଇଛନ୍ତି l