ଅଖିଳ ଭାରତୀୟ ଯୁବ କଂଗ୍ରେସର ଗଣମାଧ୍ୟମ ସଂଯୋଜକ ନିଯୁକ୍ତି ପାଇଲେ ସୁଦିପ ସାମଲ…

ଅନୁସନ୍ଧାନ ଭାରତ(ବ୍ୟୁର): ଅଖିଳ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସର ଗଣମାଧ୍ୟମ ବିଭାଗର ପ୍ରଭାରୀ ବରୁଣ ପାଣ୍ଡେ ଓଡ଼ିଶାର ସୁଦିପ ସାମଲଙ୍କୁ ଯୁବ କଂଗ୍ରେସର ଜାତୀୟ ଗଣମାଧ୍ୟମ ବିଭାଗର ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ସାମଲ ଏବେ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି । ଏହି ନିଯୁକ୍ତି ପାଇବାପରେ ଶ୍ରୀ ସାମଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏକ ସାଧାରଣ ବର୍ଗରୁ ଆସିଥିବା ଯୁବକକୁ ଲୋକ ସଭାର ବିରୋଧ ଦଳ ନେତା  ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ ପ୍ରୋତ୍ସାହନ ଦେଉଛନ୍ତି ଏହା ଅତ୍ୟନ୍ତ ଧନ୍ୟବାଦ ଯୋଗ୍ୟ, ଯୁବ କଂଗ୍ରେସ ଏବଂ କଂଗ୍ରେସ ଦଳକୁ ମଜବୁତ କରିବାପାଇଁ ଗଣମାଧ୍ୟମ ବିଭାଗରେ ସୂଚାରୁରୂପେ କାମ କରିବା ପାଇଁ ଏବଂ ଲୋକମାନଙ୍କର ସମସ୍ୟା ଗଣମାଧ୍ୟମ ଜରିଆରେ ଉତ୍‌ଥାପନ କରିବାପାଇଁ ଶ୍ରୀ ସାମଲ ପ୍ରୟାସ କରିବେ ବୋଲି ତାଙ୍କ ମନ୍ତବ୍ୟରେ କହିଛନ୍ତି । ଏହି ନିଯୁକ୍ତି ପାଇବା ପରେ ଶ୍ରୀ ସାମଲ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି  ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଭାରୀ  ଅଜୟ କୁମାର ଲଲୁ, ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି  ଉଦୟଭାନୁ ଚିବ୍, ଯୁବ କଂଗ୍ରେସର ରାଷ୍ଟ୍ରୀୟ ପ୍ରଭାରୀ  କିଷାଆଲାବରୁ, ରାଜ୍ୟ ଯୁବ କଂଗ୍ରେସର ସଭାପତି ଶ୍ରୀ ରଣଜିତ ପାତ୍ର, ରାଜ୍ୟ ଯୁବ କଂଗ୍ରେସର ପ୍ରଭାରୀ ମହେଷ ଦେଶମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।