ଜୁଲାଇ୧୧ ତାରିଖରେ ଓଡିଶା ଆସିବେ ଯୁବରାଜ ତଥା ସାଂସଦ ରାହୁଲ୍…

ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ମାସ ଜୁଲାଇ ୧୧ ତାରିଖ ଲୋକସଭା ବିରୋଧୀର ଦଳ ନେତା ତଥା ଯୁବାରାଜ ରାହୁଲ ଗାନ୍ଧୀ  ଓଡ଼ିଶା ଆସିବେ । ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ(ସଂଗଠନ) କେ ସି ବେଣୁଗୋପାଳ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡ଼ିଆରେ “ସମ୍ବିଧାନ ବଞ୍ଚାଓ” ସମାବେଶରେ ଯୋଗ ଦେବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ପ୍ରଦାନ କରିଛନ୍ତି । ଏନେଇ   କଂଗ୍ରେସ ଭବନରେ ପରିବର୍ଦ୍ଧିତ ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପିସିସି ସଭାପତିଙ୍କ ସହ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ରାହୁଲ ଗାନ୍ଧୀଙ୍କ ସମାବେଶ କିପରି ସଫଳ ହୋଇପାରିବ ସେଥିପାଇଁ ସୁଚିନ୍ତିତ ମତାମତ ଦେଇଥିଲେ ।