ଜୟପୁର(ଦେବଦତ ପାଣି): ବଡ ଦୁର୍ଘଟଣାରୁ ବର୍ତିଗଲା ରାଉର କେଲା ଏକ୍ସ ପ୍ରେସ ଟ୍ରେନ । ଟ୍ରେନ ଆସିବାର କିଛି ସମୟ ପୂର୍ବରୁ ପାହାଡ଼ ଧସି ରେଳ ପଥ ଅବରୋଧ ହୋଇଗଲା । ବର୍ତ୍ତି ଗଲେ ରେଳ ଯାତ୍ରୀ । କୋରାପୁଟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ରେଳ ଧାରଣା ଉପରେ ପାହାଡ଼ରୁ ମାଟି ଧସି ରେଳ ପଥ ଅବରୋଧ ହୋଇ ଥିବା ସୁଚନା ମିଳିଛି । ବର୍ତ୍ତମାନ ଏହି ରାସ୍ତାରେ ଟ୍ରେନ ଚଳାଚଳ ବନ୍ଦ ରହିଛି । କୋରାପୁଟ-ଜୟପୁର ରେଳ ପଥର ଜରଟି ନିକଟରେ ଘଟିଛି ଘଟଣା । ଜଗଦଲପୁରରୁ ଆସୁଥିବା ରାଉରକେଲା ଓ ହୀରାଖଣ୍ଡ ଟ୍ରେନ କୋରାପୁଟ ପହଞ୍ଚିବା ବିଳମ୍ୱ ହେବା ନେଇ ରେଳ ବିଭାଗ ପକ୍ଷରୁ ସୁଚନା ଜାରି କରାଯାଇଛି । ଦିନ ପ୍ରାୟ ୩ଟା ସମୟରେ ଘଟିଛି ଘଟଣା । ଜରଟି-ମାଲିଗୁଡ଼ା ମଧ୍ୟରେ 208 କିମି ଠାରେ ଘଟିଛି ଭୂସ୍ଖଳନ ।