ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଅନୁଷ୍ଠିତ….

ଜୟପୁର(ଦେବଦତ୍ତ ପାଣି): ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି । ଏହି ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ମୋଟ 40 ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ  15 ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି 29 ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା । ବିଶେଷ କରି ଗାଁ ଗହଳି ଏବଂ ବିଭିନ୍ନ ସାହି ରାସ୍ତା ନିର୍ମାଣ, ଭତ୍ତା ଓ ଆବାସ ଗୃହ ପ୍ରଦାନ, ବ୍ଲକ ମୁଖ୍ୟ ଛକରେ ଟ୍ରାଫିକ ନିୟନ୍ତ୍ରଣ, ମିଶନ ଶକ୍ତି ଭବନ ସମସ୍ୟା, +2 କଲେଜ ହଷ୍ଟେଲ କାର୍ଯ୍ୟକ୍ଷମ, ବଜାର ହାଟର ଉନ୍ନତି କରଣ ଏବଂ ବୈପାରୀଗୁଡା ସହରର ସୌନ୍ଦର୍ଯ୍ୟ କରଣ ଆଦି ଜନ ଶୁଣାଣି ହୋଇଥିଲା l ଆଜିର ମିଳିତ ଜନଶୁଣାଣି ଅବସରରେ ଜୟପୁର ଉପ ଜିଲ୍ଲାପାଳ  ଏ ସସ୍ୟା ରେଡି, ଜିଲ୍ଲା ଆରୋକ୍ଷୀ ଅଧିକ୍ଷକ ରୋହିତ ବର୍ମା, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବେଣୁଧର ସବର, ଏଡିଏମଓ ନୀଳମାଧବ ଶତପଥି, ସ୍ଥାନୀୟ ଭାରୋପ୍ରାପ୍ତ ବିଡ଼ିଓ ଏବଂ ତହସିଲଦାର ସିଗ୍ଧା ଚୌଧୁରୀ ସମେତ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l