ଦଳିତଙ୍କୁ ନିର୍ଯ୍ୟାତନା ଘଟଣା ମୁଖ୍ୟ ଅଭିଯୁକ୍ତ ରାଜା ସାମଲ ଗିରଫ, ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ଟିମ୍ ପହଞ୍ଚି ଘଟଣାର ସମୀକ୍ଷା କଲା…

ଗଂଜାମ(ସୁନୀଲ କୁମାର ଚୌଧୁରୀ,ଜିଲ୍ଲା ପ୍ରତିନିଧି): ଗଂଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜାହାଡା ଗ୍ରାମରେ କଙ୍ଗାରୁ କୋର୍ଟ ଆଳରେ ସିଙ୍ଗିପୁର ଗ୍ରାମର ଦୁଇ ଦଳିତଙ୍କୁ ନିର୍ଯ୍ୟାତନା ଘଟଣାରେ ପୂର୍ବରୁ 9 ଜଣ ଗିରଫ ହୋଇଥିବା ବେଳେ ବୁଧବାର ଦିନ 2 ଜଣଙ୍କୁ ଗିରଫ କରି ଧରାକୋଟ ପୁଲିସ କୋର୍ଟ ଚାଲଣ କରିଛି l ସେମାନେ ହେଲେ ବେଠୁଆର ଗ୍ରାମର ପିଣ୍ଟୁ ବିଶୋଇ ଓ ଜାହାଡା ଗ୍ରାମର ପ୍ରଭାକର ବେହେରା l ଗୁରୁବାର ଦିନ ଘଟଣାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ରାଜା ସାମଲକୁ ଗିରଫ କରିଥିବା କଥା ଆସିକା ଉପଖଣ୍ଡ ଅଧିକାରୀ ସନ୍ତୋଷ ଜେନା ସୂଚନା ଦେଇଥିବା ବେଳେ ଏ ଘଟଣାରେ ଆଉ 5ରୁ 6 ଜଣ ଗିରଫ ହେବେ । ଏନେଇ ସ୍ଵତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଅଭିଯୁକ୍ତମାନେ ଖୁବ୍ ଶୀଘ୍ର ଗିରଫ ହେବେ ବୋଲି ପ୍ରକାଶ କରିଛନ୍ତି ପୁଲିସ୍ ଅଧିକାରୀ । ଗୁରୁବାର ଅଖିଳ ଭାରତୀୟ କଂଗ୍ରେସ କମିଟିର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ସିଙ୍ଗିପୁର ଗ୍ରାମ ଗସ୍ତ କରିଥିଲେ । ଏଥିରେ A.I.C.Cର ଅନୁସୂଚିତ ଜାତି ବିଭାଗ ଅଧକ୍ଷ ରାଜେନ୍ଦ୍ର ପାଲ ଗୌତମ, ବିହାରର ସାଂସଦ ମନୋଜ ରାମ, ତେଲେଙ୍ଗାନାର ସାଂସଦ ଭି କେ ଗଡମ୍ , ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ଚେୟାର ମେନ୍ ମାନସ ମଲିକ, କଂଗ୍ରେସ ବ୍ଲକ ସଭାପତି ସୁନୀଲ କୁମାର ଚୌଧୁରୀ ଓ ତାଙ୍କ ଟିମର ସଦସ୍ୟ ଭାଗିରଥି ବେହେରା, ଭୋକାଲି ସେଠି, ଜୟନ୍ତ ଭୋଇ, ଜିଲ୍ଲା ପୂର୍ବଖଣ୍ଡ ସଭାପତି ଦୀପକ୍ ପଟ୍ଟନାୟକ ପ୍ରମୁଖ ପହଞ୍ଚି ଘଟଣାର ତୀବ୍ର ନିନ୍ଦା କରିବା ସହ ଦୋଷୀମାନଙ୍କୁ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରି ତୁରନ୍ତ ଦଣ୍ଡ ବିଧାନ କରିବା ସହ ପିଡିତମାନଙ୍କ ପରିବାରକୁ ଆର୍ଥିକ ସହାୟତା  ଏବଂ ସୁରକ୍ଷା ଦେବା ପାଇଁ ରାଜେନ୍ଦ୍ର ପାଲ୍ ଗୌତମ ଦାବି କରିଛନ୍ତି । ଏପରି ଏକ ସ୍ପର୍ଶକାତର ପ୍ରସଙ୍ଗରେ ଲୋକ ସଭାରେ ରାହୁଲ ଗାନ୍ଧୀଙ୍କ ଦ୍ଵାରା ଦାବି ଉପସ୍ଥାପନ କରାଯିବା ବୋଲି ପ୍ରେସ ବିବୃତିରେ କହିଛନ୍ତି । ଘଟଣାର 5 ଦିନ ବିତି ଯାଇ ଥିଲେ ମଧ୍ୟ ସରକାରଙ୍କ ତରଫରୁ ପିଡିତ ପରିବାରଙ୍କୁ ଶାସକ  ଦଳ ତରଫରୁ କୌଣସି କ୍ଷତି ପୂରଣ ନ ଦେବା ନେଇ ସାନଖେମୁଣ୍ଡି ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି । ପିଡିତଙ୍କୁ ଉଚିତ ନ୍ୟାୟ ନ ମିଳିଲେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲେଇବା ସହ ଅନୁସୂଚିତ ଜାତି ସମନ୍ୱୟ କମିଟି ରାଜ ରାସ୍ତାକୁ ଓହ୍ଲେଇବ ବୋଲି ଅନୁସୂଚିତ ଜାତି ସମନ୍ୱୟ ସମିତିର ରାଜ୍ୟ ସଂଯୋଜକ ଅଭିରାମ ମଲ୍ଲୀକ, ସଂଗ୍ରାମ ମଲ୍ଲିକ ଘଟଣା ସ୍ଥଳ ପରିଦର୍ଶନ କରି ପିଡିତଙ୍କୁ ଭେଟି କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରଶାସନର ଅପାରଗତାକୁ ସମସ୍ତ ନେତୃବର୍ଗ ଦୃଢ଼ ନିନ୍ଦା କରିଛନ୍ତି । ଏଘଟଣା ନେଇ ଓଡ଼ିଶା ପୁଲିସ ଡ଼ିଜିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନେଇ କଂଗ୍ରେସ କମିଟି ନେତୃ ବର୍ଗ ପ୍ରେସ ବିବୃତିରେ କହିଛନ୍ତି ।