ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ୠଷିମାଳ ମହାବିଦ୍ୟାଳୟ ପକ୍ଷରୁ ବୁଧବାର ଦିନ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଭାସ୍କର ଚରଣ ନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅର୍ଥନୀତି ବିଭାଗର ଅଧ୍ୟାପକ ସନ୍ତୋଷ କୁମାର ନାହକ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଇତିହାସ ଅଧ୍ୟାପକ ରାଜ କିଶୋର ସିଂ ଯୋଗ ଦେଇ ଆମ ଦେଶରେ ସମ୍ବିଧାନ ପ୍ରଣୟନ ହେବା ପର ଠାରୁ ବିଭିନ୍ନ ରାଜନୈତିକ ଦଳ ସରକାର ଗଠନ କରିବା ପରେ ସମ୍ବିଧାନର ସୁରକ୍ଷା କରିବା ପରିବର୍ତ୍ତେ ନିଜର ରାଜନୈତିକ ଫାଇଦା ପାଇଁ ସମ୍ବିଧାନକୁ ଅପବ୍ୟବହାର କରି ଦେଶରେ ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି କରିବା ସହ ସମ୍ବିଧାନକୁ ଅପ ବ୍ୟବହାର କରି ନିଜ ଦେଶ ବାସୀଙ୍କୁ ବିନା ଦୋଷରେ ଜେଲ ରେ ଭର୍ତ୍ତି କରିବା ଆମ ଦେଶ ବାସୀଙ୍କ ପାଇଁ ଏକ ଦୁଃଖଦ ଘଟଣା l ଆଜି ସେହି ଦିନକୁ ସ୍ମରଣ କରି ଜୁନ ୨୫ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବେ ଦେଶ ପାଳନ କରୁଥିବା ବେଳେ ସମ୍ବିଧାନର ସୁରକ୍ଷା ପ୍ରତି ପ୍ରତ୍ୟେକ ନାଗରିକ ଓ ରାଜନୈତିକ ଦଳ ବିଶେଷ ରେ କଣ ଦାୟିତ୍ଵ କର୍ତ୍ତବ୍ୟ ରହିଛି ସେହି ବିଷୟ ରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଇତିହାସ ଅଧ୍ୟାପକ ଅକ୍ଷୟ କୁମାର ବେହେର ଦଳେଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ କ୍ରିଷ୍ଣା କୁମାର ମାଝୀ, ରବି ନାରୟଣ ପାଢ଼ୀ, ଅଧ୍ୟାପିକା ସୁନିତା ସିଂଙ୍କ ସମେତ ଅନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ ଯୁକ୍ତ ଦୁଇ ଓ ଯୁକ୍ତ ତିନି(କଳା ଓ ବାଣିଜ୍ୟ)ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପକ ସୁଜ୍ଞାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।