ଗଞ୍ଜାମ ଜିଲ୍ଲା ଦଳିତ ନିର୍ଯ୍ୟାତନା ଘଟଣା: ଅନୁଧ୍ୟାନ ପାଇଁ ଘଟଣା ସ୍ଥଳରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍, ନିର୍ଯ୍ୟାତିତ ହୋଇଥିବା ଦଳିତ ପରିବାରଙ୍କୁ ଭେଟିଲେ…

ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ,ଜ଼ିଲ୍ଲା ପ୍ରତିନିଧି): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଛତ୍ରଛାୟାରେ ରହି ଗୋ ଚାଲାଣ ଏବଂ ଦାଦା ବଟି ଆଦାୟ କରୁଥିବା ବିଜେପିର ଗୁଣ୍ଡାମାନଙ୍କ ଦ୍ବାରା ନିର୍ଯ୍ୟାତିତ ହୋଇଥିବା ଦଳିତ ପରିବାରଙ୍କୁ ଭେଟି ସମବେଦନା ଜଣାଇଲେ ମାନ୍ୟବର ସାନଖେମୁଣ୍ଡି ବିଧାୟକ ତଥା ପିସିସି ଉପ-ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଘଟଣାର ସମ୍ପୂର୍ଣ୍ଣ ତଥ୍ଯ ଅନୁଧ୍ୟାନ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ପ୍ରସ୍ତୁତ କରିଛନ୍ତି । ବିଧାୟକ ରମେଶ ଭାଇଙ୍କ ସହ ଏହି ଟିମରେ ଅଧ୍ୟକ୍ଷ ବିଧାୟକ ଦଳ ନେତା ଶ୍ରୀ ରାମ ଚନ୍ଦ୍ର କାଡାମ, ଲଲାଟେନ୍ଦୁ ମହାପାତ୍ର, ସୁବର୍ଣ୍ଣ ନାୟକ, ତୁଳେଶ୍ଵର ନାୟକ ଏବଂ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଚିତ୍ରସେନ ବେହେରା(ଉଜ୍ଜ୍ଵଳ), ଆସ୍କା ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଦେବକାନ୍ତ ଶର୍ମା, ସୁନୀଲ କୁମାର ଚୌଧୁରୀ, ଧରାକୋଟ ବ୍ଲକ କଂଗ୍ରେସ ସଭାପତିଙ୍କ ସମେତ ଗଞ୍ଜାମ ଜିଲ୍ଲାର ବରିଷ୍ଟ କଂଗ୍ରେସ ନେତାମାନେ ଉପସ୍ଥିତ ରହି ଘଟଣାର ସମ୍ପୂର୍ଣ୍ଣ ଅନୁଧ୍ୟାନ କରିବା ସହ ଏଭଳି ଅମାନୁଷିକ ବର୍ବରତାର ଶିକାର ହୋଇଥିବା ଦଳିତ ପରିବାରଙ୍କୁ ସାନ୍ତ୍ଵନା ଦେଲେ ଏବଂ କେଉଁଭଳି ଭାବରେ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବା ସହ ପ୍ରକୃତ ଦୋଷୀକୁ ଖୁବ ଶୀଘ୍ର ଗିରଫ ପାଇଁ ପ୍ରଶାସନକୁ ଅନୁରୋଧ କରିବା ସହ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ।