ମାଲକାନଗିରି ଜିଲ୍ଲା କତାମାଟେରୁ ଗ୍ରାମ ଖ୍ରୀଷ୍ଟିଆନମାନଙ୍କ ଉପରେ ଆକ୍ରମଣ ଘଟଣା, ଡିଆଇଜିଙ୍କୁ ଦାବୀପତ୍ର ପ୍ରଦାନ କଲା ଖ୍ରୀଷ୍ଟିଆନ ମଞ୍ଚ…
ଜୟପୁର(ଦେବଦତ ପାଣି): ଗତ 21 ତାରିଖରେ ମାଲକାନଗିରି ଜ଼ିଲ୍ଲା କତାମାଟେରୁ ଗ୍ରାମବାସୀମାନେ ଚର୍ଚ୍ଚରୁ ପ୍ରାର୍ଥନା କରି ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ଉଦ୍ଦେଶ୍ୟ ମୂଳକ ଭାବରେ ପୂର୍ବ ଯୋଜନାବଦ୍ଧ ଭାବରେ ପ୍ରାର୍ଥନାଗୃହରେ ପ୍ରବେଶ କରି ବଳପୂର୍ବକ ଭାବରେ ନିରୀହ ଆଦିବାସୀ ଖ୍ରୀଷ୍ଟିଆନମାନଙ୍କୁ ଖଣ୍ଡା, ଠେଙ୍ଗା ଏବଂ କୋଡିକି ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅନେକ ଲୋକଙ୍କ ହାତ ଗୋଡ ଓ ମୁଣ୍ଡରେ ଗୁରୁତର ଆଘାତ କରିଥିଲେ । ପାଖାପାଖି ତିରିଶି ଜଣଙ୍କୁ ଆକ୍ରମଣରେ ଆହତ ହୋଇଥିଲା । ସେଥି ମଧ୍ୟରୁ ସାତ ଜଣ ଗୁରୁତ୍ୱର ହୋଇ ଅଚେତା ପଡ଼ିଥିଲେ । ସେମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଏନେଇ ମାଲକାନଗିରି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଆକ୍ରମଣ କରିଥିବା ଦୃବୃତ୍ତମାନଙ୍କୁ ଧରିବା ପାଇଁ ଦାବି କରାଯାଉଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଶେଷରେ ଖ୍ରୀଷ୍ଟିଆନ ମଞ୍ଚ ତରଫରୁ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଡିଆଇଜି ଅଖିଳେଶ୍ୱର ସିଂଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।