ଜୟପୁର(ଦେବଦତ ପାଣି): କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କ ହସ୍ତକ୍ଷେପରେ ଗାଁଆକୁ ଫେରୀଲା ଯୁବ ସମାଜସେବୀ ସଲମାନ୍ ହରିଜନଙ୍କ ମୃତ ଶରୀର l ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଶଶାହାଣ୍ଡି ଗ୍ରାମ ପଞ୍ଚାୟତର ନୂଆଗାଁ ଗ୍ରାମର ସଲମାନ୍ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଠାରେ ଥିବା ଏମ୍ସ ମେଡିକାଲ ଭର୍ତ୍ତି କୋରାଯଇଥିବା ବେଳେ ଏମ୍ସରେ ହିଁ ଚିକିତ୍ସା ହେଇଥିବା ସମୟରେ ଗତକାଲି ରାତିରେ ଅର୍ଥାତ୍ ମଙ୍ଗଳବାର ଦିନ ଦେହାନ୍ତ ହେଇଥିଲା l ଏହିପରି ଦୁଃଖଦ ସମୟରେ ସହଯୋଗ ହାତ ବଡେଇ ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ବିଡ଼ିକା ଏବଂ କୋରାପୁଟ ଜିଲ୍ଲାପାଳଙ୍କ ସହାୟତରେ ମରଶରୀର ନୂଆଗାଁରେ ପହଂଚି ଥିଲା l ଏହା ସହ ବୁଦ୍ଧିଜୀବୀ ଶ୍ରୀ ନିବାସ ରାଓ, ରାମରାଜୁ ନରେନ୍ଦ୍ର ବିଷୟୀ, ରାଜୁ ପୂଜାରୀ କିଛି ଆର୍ଥିକ ସାହାଯ୍ୟର ହାତ ବଡା ଇଥିଲେ l