ଦଳିତଙ୍କ ପ୍ରତି ବର୍ବୋରଚିତ ଆକ୍ରମଣ ପାଇଁ ଓଡ଼ିଶା ନିନ୍ଦିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ମାସ ୨୨ ତାରିଖରେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତରେ ଦୁଇ ଦଳିତ ବ୍ୟକ୍ତି ବୁଲୁ ନାଏକ  ଓ  ବାବୁଲା ନାଏକଙ୍କୁ ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ କରି ଅଧା ଲଣ୍ଡା କରି, ଆଣ୍ଠେଇ, ଘାସ ଖୁଆଇ, ନର୍ଦ୍ଦମା ପାଣି ପିଆଇ ନିଜକୁ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ, ଗୋରକ୍ଷକ କହି ଯେଉଁ ଅମାନବୀୟ, ଅମାନୁଷିକ କାଣ୍ଡ ଭିଆଇଲେ ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ l ଏହି ଘଟଣା ପାଇଁ ଆମ ରାଜ୍ୟ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହୋଇଛି । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିଥିଲେ । ଉକ୍ତ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ କାଡାମ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି ଆଜି ପ୍ରତିଟି ଓଡ଼ିଆ ଏହି ଘଟଣାକୁ ନେଇ ଦୁଃଖିତ, ଚିନ୍ତିତ ଓ ମର୍ମାହତ । ଏହି ଘଟଣାକୁ ନେଇ ଆମର ଲୋକପ୍ରିୟ ନେତା ତଥା ଲୋକସଭାର ବିରୋଧି ଦଳର ନେତା ଶ୍ରୀ ରାହୁଲ ଗାନ୍ଧୀ ଓ ଆମର ନେତା ସାଂସଦ ପ୍ରିୟଙ୍କା ଗାନ୍ଧୀ ନିଜର ଦୁଃଖ ଓ ସମ୍ବେଦନା ପ୍ରକାଶ କରିଛନ୍ତି । ଏଆଇସିସି ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିର୍ଦ୍ଦେଶ କ୍ରମେ ମୁଁ ଏବଂ ସ୍ଥାନୀୟ ବିଧାୟକ ରମେଶ ଜେନା ଓ ଅନ୍ୟ ୩  ଜଣ ସଦସ୍ୟ ମିଶି ଉକ୍ତ ଅଞ୍ଚଳକୁ ଗସ୍ତ କରି ଦୁଇ ପୀଡ଼ିତ ଦଳିତ ବ୍ୟକ୍ତିଙ୍କୁ ଭେଟି ଏହି ଲୋମହର୍ଷଣକାରୀ ଘଟଣା ବାବଦରେ ତଥ୍ୟ ନେବା ସହ ଉକ୍ତ ଅଞ୍ଚଳର ବ୍ୟକ୍ତି ବିଶେଷ, ସରପଞ୍ଚ, ଜନପ୍ରତିନିଧିଙ୍କୁ ଭେଟି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲୁ ।  ଶ୍ରୀ କାଡାମ ସୂଚନା ପ୍ରଦାନ କରି କହିଥିଲେ କି  ପୀଡ଼ିତ ବାବୁଲା ନାୟକ ନିଜ ଝିଅ ବିବାହ ପାଇଁ ହିନ୍ଦୁ ରୀତି ନୀତି ଅନୁଯାୟୀ ଗୋଧନ ପ୍ରଦାନ କରିବା ଉଦ୍ଦେଶ୍ୟରେ ୨୨ ତାରିଖ ଦିନ ଦିନ ୧୦ ଟା ସମୟରେ ଗୋମାତା ଗୁମା ଅଞ୍ଚଳରୁ ଗାଈ କିଣି ନିଜ ଘରକୁ ଫେରୁଥିଲେ । ଫେରିବା ସମୟରେ ଖାରିଗୁମା ଠାରେ କିଛି ଅସାମାଜିକ ଯୁବକମାନେ ଘେରି ତାଙ୍କୁ କଉଠୁ ଆଣିଛ, କେଉଁ ଆଡ଼କୁ ନେବ ବୋଲି ପଚାରିଥିଲେ । ବାବୁଲା ମଧ୍ୟ ଝିଅ ପାଇଁ ଗୋଧନ ପ୍ରଦାନ କରିବାକୁ ନେଉଛି ବୋଲି ଉତ୍ତର ଦେଇଥିଲେ । କିନ୍ତୁ ଏହି ବ୍ୟକ୍ତି ବିଶେଷ ମାନେ ମିଥ୍ୟାରୋପ ଲଗାଇ ଗାଈ ବେପାରୀ ଇତ୍ୟାଦି କହିବା ସହ ତାଙ୍କ ଜାତିକୁ ନେଇ ଗାଳିଗୁଲଜ କରିବା ଆରମ୍ଭ କଲେ । ବାବୁଲା ଭୟଭୀତ ହୋଇ ଛାଡ଼ିବାପାଇଁ କାକୁତି ମିନତି ହେବାରୁ ତାଙ୍କୁ ମାଡ ମାରିବାକୁ ଲାଗିଲେ । କିଛି ସମୟପରେ ଅଭିଯୁକ୍ତମାନେ ତାଙ୍କର ସହଯୋଗୀମାନଙ୍କୁ ଡକାଇଲେ ଏବଂ ଛାଡ଼ିବାକୁ ୩୦ ହଜାର ଟଙ୍କା ବଟି ମାଗିଲେ । ସେହି ଘଟଣା ସମୟରେ ବୁଲୁ ପହଞ୍ଚି ବାବୁଲାକୁ ଛାଡ଼ିବାକୁ କହିବାରୁ ବୁଲୁକୁ ମଧ୍ୟ ନିସ୍ତୁକ ମାଡ଼ ମାରିଲେ । ଦଳିତ ଦୁଇ ଜଣ ଗରିବ ପରିବାର ଓ ଆର୍ଥିକ ସ୍ଥିତି ଦୁର୍ବଳ, ନିଜ ପରିବାରକୁ ଚଳାଇବା  ମଧ୍ୟ କଷ୍ଟ । ୩୦ ହଜାର ନଦେବାରୁ ଖାରିଗୁମ୍ମାରୁ “ବାହାଡ଼ା” ଆଣି ରାସ୍ତାରେ କଙ୍ଗାରୁ କୋର୍ଟ କରି ଚଲାଇଲେ ପରେ ଆଣ୍ଠେଇଲେ, ଘାସ ଖୁଆଇଲେ, ନର୍ଦ୍ଦମା ଅପରିସ୍କାର ପାଣି ପିଆଇ ଦୀର୍ଘ ୩ ଘଂଟା ଧରି ନିର୍ଯ୍ୟାତନା ଦେଇ ଚାଲିଲେ । ପୁଲିସ ଥାନାରୁ ୬ କି.ମି. ଦୂରରେ ଏମିତି ଲୋମହର୍ଷଣକାରୀ ଘଟଣା ଘଟୁଥିଲା କିନ୍ତୁ ପ୍ରଶାସନ ଇଂଟିଲିଜେନ୍ସ କାହା ପାଖରେ ଖବର ନାହିଁ, ଗୋଇନ୍ଦା ବିଫଳ ବୋଲି ପ୍ରକାଶ କରିଥିଲେ । ଏହି ଘଟଣା ପରେ ଦୁଇ ପୀଡ଼ିତଙ୍କ ମାନସିକ ସ୍ଥିତି ପୂରା ଦୁର୍ବଳ ହୋଇଯାଇଛି, କାହାକୁ ମୁହଁ ଦେଖାଇବେ ବୋଲି ବିକଳ ହୋଇ କାନ୍ଦୁଛନ୍ତି, ନିଜ ଜୀବନ କାହିଁକି ରଖିବେ ବୋଲି କୋହଭରା କଣ୍ଠରେ କହୁଛନ୍ତି । ଏହା ଠୁ ଦୁଃଖ ବିଦାରକ ବିଷୟ କ’ଣ ହୋଇପାରେ? ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଆଇନଶୃଙ୍ଖଳା ଭୁଷୁଡ଼ି ପଡ଼ିଛି, ଅପରାଧିମାନେ ଦିନଦ୍ୱିପହରରେ ଅପରାଧ କରୁଛନ୍ତି ସରକାର ଓ ଗୃହ ବିଭାଗ ଚୁପ୍ ହୋଇ ବସିଛନ୍ତି ନୀରବ ଦ୍ରଷ୍ଟା ସାଜିଛନ୍ତି । ଦଳିତମାନଙ୍କ ଉପରେ ଆକ୍ରମଣ ବଢ଼ୁଛି, ଆଦିବାସୀ, ମାଇନୋରଟି ଉପରେ ମଧ୍ୟ । ଏହି ଘଟଣାର ଅଭିଯୁକ୍ତମାନେ ସରକାରୀ ଦଳର କର୍ମକର୍ତା, ମନ୍ତ୍ରୀଙ୍କ ସହ ଶାସକ ଦଳର ନେତାଙ୍କ ସହ ଫଟୋ ଭାଇରାଲ ହେଉଛି, ଶାସକ ଦଳର ପୃଷ୍ଠପୋଷକତାରେ ଏହି ଘଟଣା ଘଟିଛି କିନ୍ତୁ ମୁଖ୍ୟ ଆସାମୀ “ରାଜା” ଏପର୍ଯ୍ୟନ୍ତ ଆରେଷ୍ଟ ହୋଇନାହିଁ । କିଛି  ଅସାମାଜିକ ବ୍ୟକ୍ତି ଗୋରକ୍ଷକ ଠିକାଦାରି ଗୁଣ୍ଡା ବାହିନୀ  ରାଜ୍ୟ ସାରା ଚାନ୍ଦା ମାଗିବା, ବଟି ମାଗି ଚାଲୁଛନ୍ତି । ସରକାରଙ୍କ ନୀରବ ସମର୍ଥନ ପାଇଁ ଏହି ଘଟଣା ଘଟୁଛି । ମୁଁ ଅନୁରୋଧ କରୁଛି ସରକାରଙ୍କୁ ଆରଏସଏସ, ବିଶ୍ୱହିନ୍ଦୁ ପରିଷଦ ଏଜେଣ୍ଡାରୁ ବାହାରକୁ ବାହାରି ଆଇନ ଶୃଙ୍ଖଳାକୁ ସଜାଡ଼ନ୍ତୁ, ୧ ବର୍ଷ ପୂର୍ତ୍ତି ବନ୍ଦ କରି ଦଳିତ, ଆଦିବାସୀମାନଙ୍କୁ ସୁରକ୍ଷା ଦିଅନ୍ତୁ  ଏବଂ ପିଡିତଙ୍କୁ ୧୦ ଲକ୍ଷ୍ୟ ଟଙ୍କା ତୁରନ୍ତ ସହାୟତା ପ୍ରଦାନ କରିବାକୁ ଶ୍ରୀ କାଡାମ ଦାବି କରିଛନ୍ତି । ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ଲଲାଟେନ୍ଦୁ ମହାପାତ୍ର କହିଥିଲେ ଯେ ଧରାକୋଟ ଦଳିତଙ୍କୁ ବର୍ବୋରଚିତ ଆକ୍ରମଣ ଘଟଣା ଅତ୍ୟନ୍ତ ଦୁଃଖ ଦାୟକ, ହୃଦୟ ବିଦାରକ ଏବଂ ସଭ୍ୟ ସମାଜ ପ୍ରତି ଲଜ୍ୟାକାର । ଏହା ଜାତୀୟ ସ୍ତରରେ ପ୍ରକାଶ ପାଇଛି । ଜାତୀୟ ଗଣମାଧ୍ୟମରେ ବି ପ୍ରକାଶ ପାଇଛି । ପୀଡ଼ିତ ଦୁଇ ଦଳିତ ଏ ପର୍ଯ୍ୟନ୍ତ ଅସୁସ୍ଥ ଅଛନ୍ତି, ଉଠିକି ଚାଲିପାରୁନାହାନ୍ତି । ରାଜ୍ୟ ସରକାର ଏବଂ ରାଜ୍ୟ ପ୍ରଶାସନ ତାଙ୍କର କୌଣସି ଚିକିତ୍ସା ବ୍ୟବସ୍ଥା କରିନାହାନ୍ତି । ଘଟଣାର ପର ଦିନ ମୁଖ୍ୟମନ୍ତ୍ରୀ ଉକ୍ତ ଗଞ୍ଜାମ ଜିଲ୍ଲା ଗସ୍ତରେ ଗଲେ । ସାମାନ୍ୟତମ ସମବେଦନା ଜ୍ଞାପନ କଲେ ନାହିଁ । ପୀଡ଼ିତ ଦୁଇ ଦଳିତଙ୍କ ପ୍ରତି ଯେଉଁ ଅବିଚାର କରାଯାଇଛି ତୁରନ୍ତ ବିଚାର କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା କଥା ମଧ୍ୟ ପଦେ କହିଲେ ନାହିଁ । ଏହାଠୁ ଦୁଃଖ ଓ ବିଡ଼ମ୍ବନାର ବିଷୟ କଣ ହୋଇପାରେ । ହେଇପାରେ ଯେଉଁମାନେ ଅଭିଯୁକ୍ତ ଅଛନ୍ତି ସେମାନେ ଗୋଟେ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର । ସେମାନେ ବିଜେପି ଦଳର ସମର୍ଥକ । ଆମେ କହୁନୁ ତଥ୍ୟ କହୁଛି, ଫଟୋ କହୁଛି ମନ୍ତ୍ରୀମାନଙ୍କ ସହ ଅଭିଯୁକ୍ତ ବୁଲିବାର ଫଟୋ କହୁଛି । ଯେଉଁମାନେ ଗୋ ରକ୍ଷକ ଠିକାଦାରି ସାଜିଛନ୍ତି ସେମାନେ  ବଟି ଆଦାୟ କରୁଛନ୍ତି ଗୁଣ୍ଡାଗର୍ଦ  କରୁଛନ୍ତି ସରକାର ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ସେଥିପାଇଁ  ବୋଧେ ମୂଖ୍ୟମନ୍ତ୍ରୀ  ଚୁପ୍  ରହିଲେ । ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ।  ଦଳିତ ପରିବାର ନିର୍ଯ୍ୟାତିତ, ଆଦିବାସୀ ନିର୍ଯ୍ୟାତିତ, ଗଣଦୁଷ୍କର୍ମ ହେଉଛି, ମହିଳା ଅସୁରକ୍ଷିତ । ତେଣୁ କଂଗ୍ରେସ ଦାବି କରୁଛି ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀ କାଡାମ  ଦାବୀ କରିଛନ୍ତି । ପିଡିତଙ୍କୁ ସରକାର ଜଣେଇବା ସହ ଦୁଃଖ ପ୍ରକାଶ କରନ୍ତୁ । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କମିଟି ସଦସ୍ୟ ତଥା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ତୁଲେଶ୍ୱର ନାୟକ, ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।