ନିଖୋଜ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ…

ରା.ଉଦୟଗିରି (ଆକାଶ ଦାସ): ଗଜପତି ଜିଲ୍ଲା ରାମଗିରି ଥାନା ନୁଆସାହି ଘାଇରୁ ଜଣେ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର କରିଛି ପୁଲିସ l ମୃତ ଯୁବକ ହେଲେ କଡ଼ମାସିଂ ଗାଁର ରାମଚନ୍ଦ୍ର ନାୟକ(୩୫) l ଗତ ରବିବାର ଦିନ ଠାରୁ ସେ ନିଖୋଜ ଥିବାନେଇ ରାମଗିରି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ l ଗତ ୨୩ ତାରିଖ କେସ୍ ନଂ ୩/୨୫ ପରେ ପୁଲିସ ଓ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଜାରି ରଖିଥିଲେ । ତେବେ ଆଜି ତାଙ୍କର ହାତଗୋଡ଼  ବନ୍ଧା ମୃତଦେହ ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ନୁଆସାହି ଘାଇରେ ପଡ଼ିଥିବା ଜାଣି ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ l ସେଥିସହ ରାମଟନ୍ଦ୍ରର ମର୍ଡର ହୋଇଥିବା ମୃତକର ବଡ ଭାଇ ବରୁଣ  ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ୨୯/୨୫ରେ କେଶ କରି, ଘଟଣା ସ୍ଥଳରେ ରା.ଉଦୟଗିରି ଏସଡିପିଓ ଅମିତାଭ ପଣ୍ଡା, ସାଇଣ୍ଟିଫିକ୍ ଟିମ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି l ରାମଚନ୍ଦ୍ରଙ୍କ  ମୁହଁରେ ଗାମୁଛା ବନ୍ଧା ଯାଇଥିବା ବେଳେ ହାତ ଓ ଗୋଡରେ ଦଉଡି ବନ୍ଧା ଯାଇଛି l ଏଥିସହ ଏକ ଠେଙ୍ଗାରେ ମୃତଦେହ ବନ୍ଧା ଯାଇଥିବା ବେଳେ ବଡ଼ ପଥର ବନ୍ଧା ଯାଇଥିବା ଦେଖିବାକୁ ମିଳିଛି l ମୁଣ୍ଡର ପଛ ପଟେ ଗୁଳିବିଧ ହୋଇଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ । ତାଙ୍କୁ କେହି ହତ୍ୟା କରି ଘାଇରେ ଫିଙ୍ଗି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି l ପୁଲିସ ଘଟଣାର ଛlନବିନ କରି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ପଠାଇଛି l ଘଟଣାର ତଦନ୍ତ ଚାଲିଛି l ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହାର ତଦନ୍ତ କରାଯାଉଛି ବୋଲି ରା.ଉଦୟଗିରି ଏସଡ଼ିପିଓ କହିଛନ୍ତି l ଅପର ପକ୍ଷେ ମୃତକର ଭାଇ ବରୁଣ ସଠିକ ତଦନ୍ତ କରି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି।