ଅନୁସନ୍ଧାନ ଭାରତ(ଆଶୋକ ସିଂ)କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ର ଦୁର୍ଗମ ଅଞ୍ଚଳ ମାନଙ୍କୁ ସଂଯୋଗ କରୁଥିବା ଗ୍ରାମ୍ୟ ସଡ଼କ ଗୁଡ଼ିକ ର ରକ୍ଷଣା ବେକ୍ଷଣ ର ଅଭାବ ହେତୁ ଲଗାଣ ବର୍ଷା ରେ ରାସ୍ତା ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳୁଛି, ଗାଡ଼ି ମୋଟର ତ ଦୂରର କଥା ଚାଲି ଯିବା ମଧ୍ୟ କଷ୍ଟ ସାଧ୍ୟ ହେଉଛି l ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକର ଦୁର୍ଗମ କୁମ୍ଭାରିଗାଁ ପଞ୍ଚାୟତରେ l ଗତ କିଛି ଦିନ ଧରି ଲଗାତାର ବର୍ଷା ଚାଲିଥିବା ବେଳେ ଅନେକ ରାସ୍ତା ଧୋଇ ହୋଇ ଯାଇଥିବା ବେଳେ ଗୋବରକୁଟି ଛକ ଠାରୁ କୁମ୍ଭାରିଗାଁ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ଗ୍ରାମ୍ୟ ସଡ଼କର ଅଵସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି l ପାଣି କାଦୁଅରେ ରାସ୍ତା ପଚ୍ ପଚ୍ ହୋଇ ଥିବା ବେଳେ ବାଇକ୍ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଥିବା ନଜିର ରହିଛି । ସାଧାରଣ ବର୍ଷା ହେଲେ ଦୂର ଦୂରାନ୍ତ ଲୋକେ କୌଣସି ଜରୁରୀ କାମରେ ପଞ୍ଚାୟତ କାର୍ଯ୍ୟାଳୟକୁ ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି । ଏଣୁ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ରାସ୍ତା ମରାମତି କରିବାକୁ ପଞ୍ଚାୟତ ବାସୀ ଦାବୀ କରିଛନ୍ତି ।