ମହେନ୍ଦ୍ର ବନାଞ୍ଚଳ ଠାରେ କଳା ବ୍ୟାଚ ପରିଧାନ କରି ତିନିଗୋଟି ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ନାରାୟଣ ପୁର ମହେନ୍ଦ୍ର ବନାଞ୍ଚଳ ଠାରେ କଳା ବ୍ୟାଚ ପରିଧାନ କରି ତିନିଗୋଟି ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ ।
ମହେନ୍ଦ୍ର ବନାଞ୍ଚଳ ଅଣଗେଜେଟେଡ ବନସେବା ସଂଘ ତରଫରୁ ନାରାୟଣପୂର ବନପାଳ ଏମ.କାମେଶ୍ୱର ରାଓଙ୍କ ନେତୃତ୍ୱରେ ତିନିଗୋଟି ଦାବିକୁ ନେଇ କଳା ବ୍ୟାର୍ଜ ପରିଧାନ ସହ ନିଜର ଦାବି ଉପସ୍ଥାପନ କରି ସରକାରଙ୍କ ଉଦ୍ଦେଶ୍ୟରେ ଆଜି ମହେନ୍ଦ୍ର ବନାଞ୍ଚଳ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା । ଦାବୀ ଗୁଡ଼ିକ ମଧ୍ୟରେ ଗତ ୨୪/୫/୨୦୨୫ ତାରିଖ ଦିନ କେନ୍ଦୁଝର ଡିଭିଜନର ବନରକ୍ଷୀ ପ୍ରହଲାଦ ପ୍ରଧାନ ଶିକାରୀଙ୍କ ଗୁଳୀରେ ସହିଦ ହୋଇ ଥିଲେ । ତାଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ଏକ କୋଟି ଟଙ୍କା ସହାୟତା ରାଶି ଏବଂ ଆସାମୀକୁ ଗିରଫ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ପରିବାରର ଜଣକୁ ସରକାରୀ ଚାକିରୀ ପ୍ରଦାନ କରିବା । ଫରେଷ୍ଟ କମିଶନ ଗଠନ କରି ବନବିଭାଗରେ ଥିବା ଅବ୍ୟବସ୍ଥାର ସମାଧାନ କରିବା ପାଇଁ ବିଭାଗରେ ବୀମା ପ୍ଲାନ କରି ପୁଲିସ କର୍ମଚାରୀଙ୍କ ଭଳି ଏକ କୋଟିର ମୃତ୍ୟ କାଳୀନ ବିମା ପ୍ରଦାନ କରିବା ପାଇଁ ଦାବି  ଗୁଡ଼ିକ ରହିଛି । ଏଥିରେ ବନପାଳ  ସନ୍ତୋଷ ପରିଛା, ଗୀତାଞ୍ଜଳି ପଟ୍ଟନାୟକ, ରାଧାକାନ୍ତ ମିଶାଲ, ବନପାଳ ଲକ୍ଷ୍ମନାରାୟଣ ପାଇକ, କେ ଗିରିଶ କୁମାର, କାଳୀ ପ୍ରାସାଦ ଶବର, ସୁମିନା, ଚିନ୍ତାମଣି ଶବର, ମିତାରାଣୀ ରାଇପାତ୍ର, ଭବାନୀ ମହାନ୍ତି, ଅନନ୍ତ  ଚରଣ ଦାଶ, ଲକ୍ଷ୍ମୀ ପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ଥିଲେ l