ପରକ୍ରିୟା ପ୍ରୀତିରୁ ଯୁବକକୁ ଛୁରା ମାଡ଼…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଅଧୀନ ହିଞ୍ଜିଳି ସିକିରି ରାସ୍ତା ମଧ୍ୟରେ ବିବାହିତ ମହିଳାଙ୍କ ସହିତ ପରକୀୟା ପ୍ରୀତିରୁ ସ୍ଵାମୀ ଓ ପ୍ରେମିକ ମଧ୍ୟରେ ମାରପିଟ୍ ଘଟିଛି । ମହିଳାଙ୍କ ସ୍ଵାମୀର ଧାରୁଆ ଅସ୍ତ୍ର ଆକ୍ରମଣରେ ପ୍ରେମିକ ଆହତ ହୋଇଥିବା ବେଳେ ପ୍ରତିଆକ୍ରମଣରେ ସ୍ଵାମୀ ମଧ୍ୟ ସାମାନ୍ୟ ଆହତ ହୋଇଛି । ହିଞ୍ଜିଳି ଥାନା ରାଳବ ଗ୍ରାମର ଜୈନିକ ମହିଳାଙ୍କୁ ରାଉରକେଲା ଅଞ୍ଚଳର ସରୋଜ ଆପାଟ୍ ବିବାହ କରିଥିଲେ l ତେବେ ଭଞ୍ଜନଗର ଅଞ୍ଚଳର ରବି ବିଭୀଷଣ ପ୍ରଧାନଙ୍କ ସହିତ ସ୍ତ୍ରୀର ପ୍ରେମ ସମ୍ପର୍କ ରହିଥିବା ଜାଣି ସରୋଜ ଆଜି ରବି ବିଭୀଷଣକୁ ଯୋଜନା ବଦ୍ଧ ଭାବେ ହିଞ୍ଜିଳିକାଟୁ ସହର ଉପକଣ୍ଠ ହିଞ୍ଜିଳି ସିକିରି ରାସ୍ତା ମଧ୍ୟକୁ ଡ଼ାକି ହତ୍ୟା ଉଦ୍ୟମ କରିଥିଲେ । ପୁଲିସ ଘଟଣାସ୍ଥଳରୁ ଉଭୟକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରି ସ୍ୱାମୀ ସରୋଜ ଆପାଟ୍ ଅଟକ ରଖି ତଦନ୍ତ କରୁଥିବା ବେଳେ ପ୍ରେମିକ ରବି ବିଭୀଷଣ ପ୍ରଧାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଇଛି ।