ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗୁମ୍ମା ବ୍ଲକ ଗାଇବା ପଞ୍ଚାୟତ ଗାଇବା ଗ୍ରାମର ଖ୍ରୀଷ୍ଟିଆନ ସାହିର ସାମସନ ପାଣି(75) l ଗତ ମାସ ମାର୍ଚ୍ଚ 19 ତାରିଖରେ ଶ୍ରୀକାକୁଲମ ମେଡିକାଲରେ ମୃତ୍ୟୁ ବରଣ କରିଥିଲେ l ମୃତ ଦେହ ଆଣିବା ପାଇଁ ଅର୍ଥର ଆବଶ୍ୟକ ପଡିବାରୁ ଗ୍ରାମର ଲୋକମାନେ କିଛି କିଛି ଅର୍ଥ ଆଦାୟ କରି ଥିଲେ ଓ ମୃତ ଦେହ ଆଣିଥିବା ଏମ୍ବୁଲାଏନ୍ସକୁ ଟଙ୍କା ପୈଠ କରି ଥିଲେ l ଘଟଣା ସମ୍ପର୍କରେ ସେହି ଦିନ ହିଁ ସମସ୍ତ ସରକାରୀ କର୍ମଚାରୀ, ବିଡ଼ିଓ ଓ ସରପଞ୍ଚଙ୍କୁ ମଧ୍ୟ ଜଣାଇ ଦିଆଯାଇ ଥିଲା l ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯଥା ଶୀଘ୍ର ହରିଶ୍ଚନ୍ଦ୍ର ଯୋଜନାର ଆର୍ଥିକ ସାହାୟତା ପ୍ରଦାନ ପାଇଁ ପ୍ରତିଶୃତି ମଧ୍ୟ ଦେଇ ଥିଲେ l କିନ୍ତୁ ସାମସନ ପାଣିଙ୍କ ମୃତ୍ୟୁ ଘଟଣାକୁ ଏକ ମାସ ବିତିଯାଇ ଥିଲେ ସୁଦ୍ଧା ପରିବାର ଲୋକଙ୍କୁ ଆର୍ଥିକ ସହାୟତା ମିଳିନ ଥିବା ଅଭିଯୋଗ ହୋଇଛି l ଯାହା ପାଇଁ ପରିବାର ଲୋକ ସରକାରୀ ବାବୁଙ୍କ ପାଖକୁ ବାରମ୍ବାର ଯାଇ ହତାସ ହୋଇ ଥିବା କହିଛନ୍ତି l ମୃତ ସାମସନ ପାଣି ଗ୍ରାମର ରହୁଥିବା ଲୋକମାନଙ୍କ ଲୁଗା ପଟା ଇସ୍ତ୍ରୀ କରି ପରିବାର ଭୋରଣ ପୋଷଣ କରୁଥିଲେ l ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ହରିଶ୍ଚନ୍ଦ୍ର ଯୋଜନାର ଆର୍ଥିକ ସାହାୟତା ପ୍ରଦାନ ପାଇଁ ଅଂଚଳବାସୀ ଦାବୀ କରିଛନ୍ତି l