ଶପଥ ନେଲେ ପଶ୍ଚିମବଙ୍ଗ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ…

ନୂତନ ଚେହେରାଙ୍କୁ ଗୁରୁତ୍ୱ, ଅମିତ ମିତ୍ରଙ୍କ ଉପରେ ଗୁରୁଦାୟୀତ୍ୱ

ଅନୁସନ୍ଧା ଭାରତ(ବ୍ୟୁର): ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ କ୍ୟାବିନେଟ୍ ବିସ୍ତାର ହୋଇଛି I ରାଜ୍ୟପାଳ ଜଗଦୀପ ଧନକରଙ୍କ ଉପସ୍ଥିତିରେ ଆଜି ୪୩ ଜଣ ନୂତନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମମତା ବାନାର୍ଜୀଙ୍କ କ୍ୟାବିନେଟରେ ୨୪ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦବୀ ଦିଆଯାଇଥିବା ବେଳେ ୧୯ ଜଣ ନେତାଙ୍କୁ ମନ୍ତ୍ରୀ ପଦବୀ ପ୍ରଦାନ କରାଯିବ I ଏହି ୧୯ ଜଣ ମନ୍ତ୍ରୀଙ୍କ ମଧ୍ୟରୁ କେତେକଙ୍କୁ ସ୍ୱାଧୀନ ଦାଇତ୍ୱ ମଧ୍ୟ ପ୍ରଦାନ କରାଯାଇଛି I ଏହା ବ୍ୟତୀତ କେତେକ ମନ୍ତ୍ରୀଙ୍କୁ ରାଜ୍ୟ ମନ୍ତ୍ରୀଙ୍କ ଦାୟିତ୍ୱ ମିଳିବା ନେଇ ସୂଚନା ମିଳିଛି I ବହୁ ପୁରୁଣା ଚେହେରା ମମତାଙ୍କ ନୂତନ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଅନେକ ଯୁବ ଚେହେରାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି I ମମତା ବାନାର୍ଜୀଙ୍କ କ୍ୟାବିନେଟରେ ଏବେ ଯୁବକ ଏବଂ ଅଭିଜ୍ଞ ଚେହେରା ଏକାଠି ନଜର ଆସିବେ I ପଶ୍ଚିମବଙ୍ଗ ସରକାରଙ୍କ ପୂର୍ବତନ ଅର୍ଥମନ୍ତ୍ରୀ ଅମିତ ମିତ୍ରଙ୍କୁ ପୁଣି ଥରେ କ୍ୟାବିନେଟରେ ସ୍ଥାନ ଦିଆଯାଇଛି I ଅସୁସ୍ଥତା ହେତୁ ଅମିତ ମିତ୍ର ଏଥର ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ I ଏଭଳି ପରିସ୍ଥିତିରେ ମମତା ବାନାର୍ଜୀ ତାଙ୍କୁ ପୁନର୍ବାର ମନ୍ତ୍ରୀ କରି ତାଙ୍କ ଉପରେ ଅତ୍ୟଧିକ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି I ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ I ଅମିତ ମିତ୍ର ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିସାରିଛନ୍ତି I ମମତା ବାନାର୍ଜୀଙ୍କ ଦୁଇ କାର୍ଯ୍ୟକାଳ ମଧ୍ୟରେ ଅମିତ ମିତ୍ର ଅର୍ଥ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ରହିଛନ୍ତି I ଅମିତ ମିତ୍ର ଖଡ୍ଡା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ I ମମତା ବାନାର୍ଜୀ ତାଙ୍କ କ୍ୟାବିନେଟରେ ଆଠ ଜଣ ମହିଳା ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି I ଏହା ବ୍ୟତୀତ ପୂର୍ବତନ କ୍ରିକେଟର ମନୋଜ ତିୱାରୀ ଏବଂ ପୂର୍ବତନ ଆଇପିଏସ୍ ହୁମାୟୁନ କବୀରଙ୍କ ସମେତ ଅନେକ ନୂଆ ଚେହେରା ସ୍ଥାନ ପାଇଛନ୍ତି I