ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଶ୍ଵର ବିଭିନ୍ନ ଟୀକା ଉତ୍ପାଦନ କମ୍ପାନୀରୁ ଟୀକା ସଗ୍ରହ ପାଇଁ ନିଆଯିବ ପଦକ୍ଷେପ…
କୋଭିଡ଼ ଯୋଦ୍ଧାଙ୍କ କାମର ଉଚ୍ଚ ପ୍ରଶଂସା, କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ ପାଇଁ ଜନସାଧାରଣଙ୍କୁ ନିବେଦନ
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି I
ଏହି ବୈଠକରେ ବିଭିନ୍ନ ସକଳ୍ପ ଗୃହୀତ ହୋଇଛି । କୋଭିଡ଼ ୧୯ ମହାମାରୀ ବିରୁଦ୍ଧରେ ଆମର ଲଢ଼େଇରେ ଆମର କୋଭିଡ଼ ଯୋଦ୍ଧା ମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ ଜାରି ରଖିଛନ୍ତି ରାଜ୍ୟ କ୍ୟାବିନେଟ ତାର ଉଚ୍ଚ ପ୍ରଶଂସା କରୂଛି । କୋଭିଡ଼ ବିରୁଦ୍ଧରେ ଚାଲିଥିବା ଲଢ଼େଇ ରେ ରାଜ୍ୟ ସରକାର ନେଇ ଥିବା ବିଭିନ୍ନ ପଦକ୍ଷେପ ଯଥା ଟେଷ୍ଟିଙ୍ଗ, ଟ୍ରେସିଂ, ଭେକ୍ସିଙ୍ଗ, ଲକଡାଉନ ଇତ୍ୟାଦିରେ ଓଡ଼ିଶା ବାସୀ ଯେଭଳି ସହଯୋଗ କରି ଆସିଛନ୍ତି ସେଥିପାଇଁ ରାଜ୍ୟ କ୍ୟାବିନେଟ ରାଜ୍ୟ ବାସୀଙ୍କ ନିକଟରେ କୃତଜ୍ଞ I ଭବିଷ୍ୟତ କୋଭିଡ଼ ସକ୍ରମଣରୁ ରାଜ୍ୟ ବାସୀଙ୍କୁ ସୁରକ୍ଷା ଦେବା ତଥା ଅମୂଲ୍ୟ ଜୀବନ ରଷା କରିବା ନିମନ୍ତେ ଟୀକାକରଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ I ଇସ୍ରାଏଲ ପରି ଦେଶ ଯେଉଁ ମାନେ କି ତାଙ୍କ ଜନସଂଖ୍ୟାର ବୃହତର ଭାଗର ଟୀକାକରଣ କରିସାରିଛନ୍ତି ,ସେମାନେ ଏବେ ସ୍ବାଭାବିକତା ଆଡ଼କୁ ଫେରୁଛନ୍ତି I ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରଷା ଦିଗରେ ଟୀକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡିଛି I ବିପଦପୂର୍ଣ୍ଣ ପରିସ୍ଥିତିରେ କୋଭିଡ଼ ଯୁଦ୍ଧରେ ନିୟୋଜିତ ଆମର ଆଗ ଧାଡ଼ି କର୍ମଚାରୀ ତଥା ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନଙ୍କର ସମ୍ପୂର୍ଣ୍ଣ ଟୀକାକରଣ ହୋଇଯାଇଛି। ଟୀକା ନେଇଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ସକ୍ରମଣ ହେଲେ ବି ତାହା ବହୁତ କମ୍ ଲକ୍ଷଣ ଯୁକ୍ତ ହେଉଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କ ପାଇଁ ଟୀକା ସଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା I ଟୀକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟ ବାସୀଙ୍କୁ ସୁରଷିତ ରଖିବା ଏବଂ ଶୀଘ୍ର ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସକଲ୍ପବଦ୍ଧ I ଏହି ଉଦ୍ଦେଶ୍ୟ ରେ ଓଡ଼ିଶା ବାସୀ ଯେପରି ସୁବିଧା ରେ ଟୀକା ପାଇ ପାରିବେ ସେଥିପାଇଁ ବିଶ୍ବର ବିଭିନ୍ନ ପ୍ରମୁଖ ଟାକା ଉତ୍ପାଦନ କମ୍ପାନୀମାନଙ୍କ ଠାରୁ ଟୀକା ସଗ୍ରହ ନିମନ୍ତେ ପଦକ୍ଷେପ ନିଆଯିବ I ଏଥିପାଇଁଏକ ଗ୍ଲୋବାଲ ଟେଣ୍ଡେର ଜାରି କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କରିଛନ୍ତି I ବିପଦସକୁଳ ଅବସ୍ଥାରେ ଥିବା ରାଜ୍ୟବାସୀଙ୍କ ଶୀଘ୍ର ଟୀକାକରଣ ଏବଂ ମୂଲ୍ୟବାନ ଜୀବନର ସୁରକ୍ଷା ସହିତ ଲୋକଙ୍କ ଜୀବନଜୀବିକାର ପୁନସ୍ଥାପନରେ ସହାୟକ ହେବ I ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ I ଏହି କମିଟି ବିଶଦ ବ୍ୟବସ୍ଥା ଉପରେ ଧ୍ୟାନ ଦେବ I ଟୀକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି I ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ I କୋଭିଡ଼ ବିରୁଦ୍ଧରେ ଚାଲିଥିବା ଏ ଲଢ଼େଇ ଏକ ବହୁତ ଲମ୍ବା ଲଢ଼େଇ । ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଯ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟ ମାନଙ୍କ ମଧ୍ୟ ରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି । ଏହି ଜଟିଳ ପରିସ୍ଥିତିରେ କୋଭିଡ଼ ଲଢ଼େଇ ରେ ରାଜ୍ୟ ମାନଙ୍କ ଅର୍ଥିକ ସ୍ଥିତିକୁ ମଜବୁତ କରିବାରେ ଏହା ଶକ୍ତି ଯୋଗାଇବ । ରାଜ୍ୟ ସରକାର ତାଙ୍କର ଉପଲବ୍ଧ ସମ୍ବଳର ବିନିଯୋଗ କରି କୋଭିଡ଼ ବିରୁଦ୍ଧରେ ଲଢ଼େଇ କୁ ଜୋରଦାର କରିବା ଏବଂ କୋଭିଡ଼ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ତାଙ୍କର ଦୃଢ଼ ସକଳ୍ପର ପୁନଘୋଷଣା କରୁଛନ୍ତି । ଏହି ଅଵସରରେ ରାଜ୍ୟ କ୍ୟାବିନେଟ କୋଭିଡ଼ ନିୟମାବଳୀ ଯଥା ଠିକ୍ ଭାବେ ମାସ୍କ ପିନ୍ଧିବା ,ବାରମ୍ବାର ସାବୁନ ରେ ଭଲ ଭାବେ ହାତ ଧୋଇବା ,ସାମାଜିକ ଦୂରତା ରଷା କରିବା ,ଘରେ ରହିବା ଏବଂ ଆବଶ୍ୟକତା ନ ଥିଲେ ବାହାରକୁ ନ ଯିବା ଆଦିକୁ କଡ଼ାକଡ଼ି ନିର୍ଦ୍ଧେଶ ଦେଇଛନ୍ତି I