ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଶ୍ରୀରାମ ପଦା ଅଞ୍ଚଳରେ କରୋନା ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I
ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୪ ନଂ ଓ୍ବାର୍ଡ ଶ୍ରୀରାମପଦାର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇ ଥିଲେ I ତାଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ କରୋନା ଔଷଧ ପ୍ରଦାନ କରାଯାଇଥିଲା I ଘରୋଇ ସଙ୍ଗରୋଧରେ ରହି ସେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଖବର ପାଇ ବ୍ଳକ ପ୍ରଶାସନ ମୁଖ୍ୟ ବିଜୟ କୁମାର ପ୍ରଧାନ, ତହସିଲଦାର ଜନ୍ମେଜୟ ସାହୁ ଓ ପୁଲିସ ଉପସ୍ଥିତିରେ ପିପିଇ କିଟ୍ ପିନ୍ଧି ଶ୍ମଶାନରେ ମୃତ ଶରୀର ଦାହ କରାଯାଇ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି I