ବାଲିଗୁଡ଼ା ଏବଂ ତୁମୁଡ଼ିବନ୍ଧ ଅଞ୍ଚଳରେ ଘୁର୍ଣ୍ଣି ଝଡ଼ର ତାଣ୍ଡବ

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଏବଂ ତାହାର ଆଖ ପାଖ ଅଞ୍ଚଳରେ ଆଜି ପ୍ରବଳ ମାତ୍ରାରେ ବର୍ଷା ଏବଂ ପବନ ବୋହିବାର ଦେଖିବାକୁ ମିଳିଛି I ଲକଡାଉନ ଯୋଗୁଁ ସକାଳ ୬ଘଣ୍ଟା ଠାରୁ ୧୨ ଘଣ୍ଟା ପଯ୍ୟନ୍ତ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଦୋକାନ ବଜାର ଖୋଲା ରହିଥିଲା I ଏହି ସମୟରେ ଆଜି ସକାଳ ୧୦ ଘଣ୍ଟିକା ଠାରୁ ୧୨ ଘଣ୍ଟିକା ଦୀର୍ଘ ୨ ଘଣ୍ଟା କାଳ ବର୍ଷା ଏବଂ ପବନ ମହାପ୍ରଳୟର ମହାତାଣ୍ଡବ ରଚିଥିଲା I ଯାହା ପାଇଁ ଲୋକମାନେ ବଜାରରୁ ଅତି ଆବଶ୍ୟକୀୟ ଜିନିଷ ନେବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହୋଇ ଥିଲେ I ସେହି ପରି କୋଟଗଡ଼, ତୁମୁଡିବନ୍ଧ ଇତ୍ୟାଦି ଅଞ୍ଚଳରେ ଘୁର୍ଣ୍ଣିବାତ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଛି I ହେଲେ ଏହି ଘୁର୍ଣ୍ଣିବାତ୍ୟାରେ କୌଣସି କ୍ଷୟ କ୍ଷତିର ସୂଚନା ଆମର ହସ୍ତଗତ ହୋଇ ନାହିଁ I ଆଜି ହଠାତ କଳାବାଦଲ ସହ ପ୍ରବଳ ବେଗରେ ପବନ ବୋହିବା ସାଙ୍ଗକୁ ବର୍ଷା ହୋଇ ଥିଲା I ପ୍ରବଳ ବେଗରେ ପବନ ବୋହିବା ଯୋଗୁଁ ଗଛ ଭାଙ୍ଗି ରାସ୍ତା ଉପରେ ପଡିଥିବାର ଦେଖିବାକୁ ମିଳିଛି I