ବସ ଓ ବାଇକ ମୁହାଁମୁହିଁ ଧକ୍କା: ବାଇକ ଆରୋହୀ ମୃତ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ଥାନା ତପ୍ତପାଣି ଘାଟି ପlଦେର୍ମl ଗାଁ ନିକଟରେ ବସ-ବାଇକ ମୁହାଁ ମୁହିଁ ଧକ୍କା l ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ରା.ଉଦୟଗିରି ଥାନା ମେଣ୍ଟିଆମ୍ବ ଗାଁର ନରେନ୍ଦ୍ର ମଣ୍ଡଳ l ବିକ୍ରାନ୍ତ ନାମକ ଏକ ଘରୋଇ ବସ ରାମଗିରିରୁ ବ୍ରହ୍ମପୁର ଯାଉଥିଲା l ଏହି ସମୟରେ ବିପରୀତ ଦିଗରୁ ନରେନ୍ଦ୍ର ବାଇକରେ ନିଜ ଗାଁକୁ ଫେରୁଥିବା ବେଳେ ପlଦେର୍ମl ନିକଟରେ ବସ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା l ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି l କ୍ଷତିପୂରଣ ଦାବିରେ 326 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥନୀୟ ଲୋକେ l ମୋହନା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା ସହ ତଦନ୍ତ କରୁଛି l