ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲାର ଧରାକୋଟ ନିକଟରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଶାନ୍ତିଝର ପୀଠ କୁ ଆସିକା ସାଂସଦ ଅନିତା ସୁଭର୍ଦର୍ଶନି ପଟ୍ଟନାୟକ ପରିଦର୍ଶନ କରିଛନ୍ତି । ଶାନ୍ତି ଝର ଉନ୍ନୟନ କମିଟି ସଭାପତି ସୁନିଲ କୁମାର ଚୌଧୁରୀ, ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ଶରତ ରାଜ, ଯୁବ ସମାଜସେବି ହିମାଂଶୁ ଶେଖର ସ୍ୱାଇଁ, ରାଜା ସେଠୀ, ବିଜେପି ମଣ୍ଡଳ ସଭାପତି ୟୁ ପାପା ରାଓ, ବବିନା ବେହେରା, ଅନିଲ ସ୍ୱାଇଁ, ଗଗନ ବିହାରୀ ସ୍ୱାଇଁ, କାହ୍ନୁ ଚରଣ ଗୌଡ଼ ପ୍ରମୁଖ ତାଙ୍କୁ ଏହି ଅବସରରେ ସ୍ବାଗତ କରିଥିଲେ । ସାଂସଦ ଶାନ୍ତି ଝର ପୀଠର ଉପର ମୁଣ୍ଡରେ ଥିବା ଶ୍ରୀ ସିଦ୍ଧ ମହାବୀର ଧାମ, ହନୁମାନ ବାଟିକା ମଧ୍ୟ ଭାଗରେ ଥିବା ଗଡଚଣ୍ଡୀ, ମୁଖ୍ୟ ପୀଠ ସ୍ଥଳୀ ମା କାଠୁଳିଆ ଦେବୀ ପବିତ୍ର ପୀଠ, ତଳ ଭାଗରେ ଥିବା ଶିଶୁ ଉଦ୍ୟାନକୁ ପରିଦର୍ଶନ କରିବା ସହ ପ୍ରାକୃତିକ ଶୋଭାରଜିରେ ଭରପୁର ଏହି ସ୍ଥାନକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାପାଇଁ ଉଦ୍ୟମ କରିବେ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଆସିକା ସାଂସଦ ପ୍ରତିଶ୍ରୁତି ଦେଇଥିଲେ । ସାନ୍ତିଝରର ବିକାଶ ତଥା ପର୍ଯ୍ୟଟନ ମାନଚିତ୍ରରେ ଏହି ପୀଠକୁ ସ୍ଥାନ ଦେବା ପାଇଁ ସାଂସଦ ପ୍ରତିଶ୍ରୁତି ଦେଇଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସି ସଂଚାର ହୋଇଛି ।