ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ବ୍ଲକର ଜଗମୋହନ ପଞ୍ଚାୟତର ପୁଟୁ ଗ୍ରାମର ଅରବିନ୍ଦ ବେହେରାଙ୍କ ବାରିପଟ କୂଅ ଭିତରେ ପଡ଼ିଥିବା ଏକ ଷଣ୍ଢକୁ ଧରାକୋଟ ଅଗ୍ନିଶମ ବାହିନୀର କର୍ମଚାରୀ ପବିତ୍ର ବେହେରା, ଦୁଷ୍ମନ୍ତ ପ୍ରଧାନ, ଯୁଧିଷ୍ଟିର ମାଝି,କୃଷ୍ଣ ଚନ୍ଦ୍ର ପ୍ରଧାନ, ଯୁଗଳ ଦିଗାଲ ଓ ହାବିଲଦାର ଜଗନ୍ନାଥ ପଣ୍ଡା ପ୍ରମୁଖ ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି କୂଅ ଭିତରୁ ଉଦ୍ଧାର କରିଥିଲେ । ଆଜି ମଧ୍ୟାହ୍ନରେ ଅଚାନକ ଦୁଇଟି ଷଣ୍ଢ ପରସ୍ପର ମଧ୍ୟରେ ସଂଘର୍ଷ ଲାଗିବା ପରେ ସେଥି ମଧ୍ୟରୁ ଗୋଟିଏ ଷଣ୍ଢର ଆକ୍ରମଣରେ ଅନ୍ୟଟି ଗୁରୁତର ଆହତ ହୋଇ କୂଅରେ ପଡ଼ି ଯାଇଥିଲା ।