ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ବ୍ଲକର ମାଣିକପୁର ନୋଡାଲ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ରେ ଦୀର୍ଘ ସତର ବର୍ଷ ଧରି ଶୃଙ୍ଖଳିତ ଭାବରେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିବା ଏକ୍ସ କ୍ୟାଡ଼ର ଶ୍ରେଣୀର ସହକାରୀ ଶିକ୍ଷକ କୋରା ପ୍ରସାଦ ସ୍ୱାଇଁଙ୍କୁ ଗମ୍ଭାରୀ ଗୁଡା ସ୍ଥିତ ମା ବ୍ରାହ୍ମଣୀ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ  ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏକ୍ସ କ୍ୟାଡ଼ର ସଂଘର ସଭାପତି ଅରୁଣ ପଟନାୟକ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ଗମ୍ଭାରୀ ଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର ନାୟକ , ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ଲକ୍ଷ୍ମୀ କାନ୍ତ ଶତପଥୀ, ଉପ ସଭାପତି ରାଜୀବ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଶିକ୍ଷୟତ୍ରୀ ଦୀପ୍ତି ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଗୋପୀନାଥ ଷଡଙ୍ଗୀ ବେଦପାଠ କରିଥିଲେ । ଶିକ୍ଷୟତ୍ରୀ ଦମୟନ୍ତୀ ଦାସ, ନମିତା ତ୍ରିପାଠୀ ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କ ଛାତ୍ର ବତ୍ସଳ, ସମୟାନୁବର୍ତିତା , ଶୃଙ୍ଖଳିତ ଓ ନିରାଡମ୍ବର ଜୀବନ ଶୈଳୀ ଉପରେ ଆଲୋକ ପାତ କରିଥିଲେ । ଶିକ୍ଷକ ସତ୍ୟବ୍ରତ ତ୍ରିପାଠୀ, ଶିକ୍ଷୟତ୍ରୀ ଅବୟନ୍ତି ଦାସ, ପ୍ରକାସିନି ବିଷୋୟୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ ପ୍ରଦାନ କରିଥିଲେ । ଶିକ୍ଷକ ପବିତ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।