ପ୍ରିଯାଇଡିଂ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ସ୍ଥଗିତ ରହିଲା ଦାରିଙ୍ଗବାଡି ସରପଞ୍ଚ ଅନାସ୍ଥା ଭୋଟ, ହାଇକୋର୍ଟ ଯିବାକୁ ଚେତାବନୀ ଦେଲେ ୱାର୍ଡ ମେମ୍ବର ଗୋଷ୍ଠୀ…
ଦାରିଙ୍ଗବାଡ଼ି(ଆଶୋକ ସିଂ): ପ୍ରିଜାଡ଼ିଂ ଅଧିକାରୀ ତଥା ତହସିଲଦାରଙ୍କ ଅନୁପସ୍ଥିତ ଯୋଗୁଁ ସ୍ଥଗିତ ରହିଲା ଦାରିଙ୍ଗବାଡି ସରପଞ୍ଚ ଅନାସ୍ଥା ଭୋଟ ଗ୍ରହଣ l ହାଇକୋର୍ଟ ଯିବାକୁ ଚେତାବନୀ ଦେଲେ ସନ୍ତୋଷ ୱାର୍ଡ ମେମ୍ବର ଗୋଷ୍ଠୀ l କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଦାରିଙ୍ଗବାଡ଼ି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ବିରୋଧରେ ଉକ୍ତ ପଞ୍ଚାୟତର ଓ୍ବାର୍ଡ ସଭ୍ୟ ସଭ୍ୟାମାନେ ଅନାସ୍ଥା ପ୍ରସ୍ତାବ ନେଇ ଜାନୁଆରୀ ମାସରେ ବାଲିଗୁଡ଼ା ଉପଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ l ଏହି କ୍ରମରେ ବାଲିଗୁଡ଼ା ଉପାଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରିଜାଇଡିଂ ଅଫିସର ଭାବେ ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବର ଓ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ସୋମବାର ଦିନ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏହି ସଂକ୍ରାନ୍ତରେ ଆଲୋଚନା ଓ ଅନାସ୍ଥା ଭୋଟ୍ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ରହିଥିଲା । ଉକ୍ତ ନିର୍ଦ୍ଧେଶ କ୍ରମେ ଆଲୋଚନାରେ ଅଂଶ ଗ୍ରହଣ କରିବାକୁ ୨୧ଟି ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ରହି ନିଜର ମତ ସାବ୍ୟସ୍ତ କରିବାର କାର୍ଯକ୍ରମ ରହିଥିବା ବେଳେ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ନାଏବ ସରପଞ୍ଚ ଙ୍କ ସମେତ ୧୬ ଜଣ ୱାର୍ଡ ସଭ୍ୟ ସଭ୍ୟା ପଞ୍ଚାୟତ ସମିତିର ସଭାଗୃହଠାରେ ଉପସ୍ଥିତ ହୋଇ ଅପରାହ୍ନ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ଥିଲେ । କୌଣସି ବିଶେଷ କାରଣରୁ ପ୍ରିଜାଇଡିଂ ଅଫିସର ଉକ୍ତ କାର୍ଯ୍ୟକ୍ରମରେ ହଠାତ୍ ବିନା ନୋଟିସରେ ଅନୁପସ୍ଥିତ ରହିବା ଏକ ଦୁଃଖ ଦାୟକ ଘଟଣା । ଏହାକୁ ଓ୍ବାର୍ଡ ସଭ୍ୟସଭ୍ୟାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଜାଣିଶୁଣି ପ୍ରଶାସନିକ ଅଧିକାରୀମାନେ ୱାର୍ଡ ସଭ୍ୟ ସଭ୍ୟାମାନଙ୍କୁ ଅପମାନିତ କରୁଥିବା ଅଭିଯୋଗ କରିବା ସହ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବୁ ବୋଲି ଉପସ୍ଥିତ ଥିବା ଓ୍ବର୍ଡ ସଭ୍ୟ୍ ସଭ୍ୟା ମାନେ ମତ ରଖିଛନ୍ତି । ନାଏବ ସରପଞ୍ଚ ଦୀପକ କୁମାର ପ୍ରଧାନଙ୍କ ସମେତ ରଶାନ୍ତ ପ୍ରଧାନ, କିଲି ପ୍ରଧାନ, ସୁନନ୍ଦା ପ୍ରଧାନ, ବୁଲେଶ୍ୱର ମଲିକ, ପ୍ରଶାନ୍ତ ପ୍ରଧାନ, ସୁନିତା ମଲିକ, ଝିଲି ପ୍ରଧାନ, ବୁନିତା ପ୍ରଧାନ, ପ୍ରତିମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା ଉପସ୍ଥିତ ସମସ୍ତ ଓ୍ବାର୍ଡ ସଭ୍ୟସଭ୍ୟାଙ୍କୁ ପ୍ରିଜାଇଡିଂ ଅଫିସରଙ୍କ ଅନୁପସ୍ଥିତି ଯୋଗୁ ଏହା ସ୍ଥଗିତ କରାଗଲା ବୋଲି ଜଣା